ବିଧାନସଭାରେ ୯୫ ହଜାର କୋଟିର ଲେଖାନୁଦାନ ବିଲ୍‌ ପାରିତ, ଅଗଷ୍ଟ ୨୦ ଯାଏ ଗୃହ ମୁଲତବୀ

ସମାଜ ଡିଜିଟାଲ ଡେସ୍କ: ବିଧାନସଭାରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବୁଧବାର ପାରିତ ହୋଇଛି। ଏହା ସହିତ ଆସନ୍ତା ଅଗଷ୍ଟ ୨୦ ତାରିଖ ଯାଏ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗତ ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ୨୫ ତାରିଖରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଥିଲା। ରାଜ୍ୟରେ ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ଏହା ପ୍ରଥମ ବିଧାନସଭା ଥିଲା।

Comments are closed.