www.samajalive.in
Friday, December 5, 2025
16.1 C
Bhubaneswar

ଏନ୍ଏଲସି କୋଇଲା ଖଣି ପାଇଁ ଗଛକଟା, ତୀବ୍ର ବିରୋଧ ପରେ ସ୍ଥଗିତ କଲେ ତହସିଲଦାର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତରେ ଏନ୍ଏଲସି କମ୍ପାନୀର ତଲାବିରା(୨) ଏବଂ (୩) କୋଇଲା ଖଣି ପାଇଁ ଦନ୍ତାମୁରା ଗ୍ରାମରେ ଗଛକଟାକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ। ବୁଧବାର ଗଛକଟା ଆରମ୍ଭ​‌ ହେବାରୁ ସ୍ଥାନୀୟ ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ମାତୃଭୂମି ସଙ୍ଗଠନର ମୁଖ୍ୟ ହେମନ୍ତ କୁମାର ପାଣ୍ଡେ, ଶ୍ରମିକ ସଂଘ କାର୍ଯ୍ୟକର୍ତ୍ତା ବେଦବ୍ୟାସ ରାଉତ, ଜନପ୍ରତିନିଧି ଏବଂ ବିଭିନ୍ନ ସଙ୍ଗଠନର ଶତାଧିକ ଜନସାଧାରଣ ଗଛକଟା ସ୍ଥଳରେ ପହଞ୍ଚି ବିରୋଧ କରିଥିଲେ। ଦାବି ପୂରଣ ନ ହେବାଯାଏ ଗଛକଟା ବନ୍ଦ କରାଯାଉ ବୋଲି ସେମାନେ ଜିଦରେ ଅଡିବସି  ଧାରଣା ଦେଇଥିଲେ।

ଖିଣ୍ଡା ଅଞ୍ଚଳରେ ବସବାସ କରୁଥିବା ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଲୋକେ ଦାବି କରିଥିଲେ। ହୀରାକୁଦ ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ ବର୍ତ୍ତମାନ ସୁଦ୍ଧା ହୋଇନାହିଁ। ଏହା ବ୍ୟତୀତ  ବିଗତ ଦିନରେ କମ୍ପାନୀ ତ୍ରିପାକ୍ଷିକ ବୈଠକରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହିଁ ବୋଲି ଲୋକେ ଅଭିଯୋଗ କରିବା ସହିତ ଅନୁମତି ନ ଥିବା ଅଞ୍ଚଳରେ ମଧ୍ୟ ଖଣି ପାଇଁ କମ୍ପାନୀ କିପରି ଗଛ କାଟୁଛି ବୋଲି ପ୍ରଶ୍ନ କରିଥିଲେ। ଏସବୁ ଦାବି ପୂରଣ ନ ହେବା ଯାଏ ଏନ୍ଏଲସି  କମ୍ପାନୀକୁ  ଦନ୍ତାମୁରା ଜମି ଅଧିଗ୍ରହଣ କରାଇଦେବୁ ନାହିଁ ବୋଲି ଲୋକେ ଜିଦ୍ ଧରିଥିଲେ।  ରେଙ୍ଗାଲି ତହସିଲଦାର ସଦାକର କୁମ୍ଭାର , ଠେଲକୋଲୋଇ ଆଇଆଇସି ସାବିତ୍ରୀ ବଳ ସଦଳବଳ  ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନସାଧାରଣଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଜନସାଧାରଣଙ୍କ ଦାବି ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ଜନ ସାଧାରଣଙ୍କ ପ୍ରତିନିଧିଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ କରାଯାଇ ସମାଧାନର ପନ୍ଥା ବାହାର କରାଯିବ। ସେ ପର୍ଯ୍ୟନ୍ତ ଗଛକଟା ସ୍ଥଗିତ ରଖାଗଲା ବୋଲି ତହସିଲଦାର କୁମ୍ଭାର ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଘଟଣା ସ୍ଥଳରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ସୁଜାତା ପଟେଲ ମଧ୍ୟ ଉପସ୍ଥିତ ଥିଲେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories