www.samajalive.in
Sunday, December 14, 2025
19.1 C
Bhubaneswar

ତିନି ଦିନ ପରେ ଆଜି ଶୃଙ୍ଖଳାରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକାଳ

ଭୁବନେଶ୍ୱର: ତିନି ଦିନ ଧରି ଅଚଳ ଥିବା ବିଧାନସଭା ଆଜି ସ୍ବାଭାବିକ ରହିଛି । ଶାନ୍ତି ଶୃଙ୍ଖଳାରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଚାଲିଛି । ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସାନିଟାରୀ ନାପ୍‌କିନ୍‌ ପ୍ରସଙ୍ଗରୁ ପ୍ରଶ୍ନୋତ୍ତର କାଳ ଆରମ୍ଭ ହୋଇଥିଲା । ଆଜି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ।

ସୂଚନାଯୋଗ୍ୟ, ଲୋକାୟୁକ୍ତ ନିଯୁକ୍ତିକୁ ନେଇ ତିନି ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିଲା । ବିରୋଧୀ ଦଳର ନେତାମାନେ ଗୃହ ଆରମ୍ଭରୁ ହୋ-ହାଲ୍ଲା କରିବା ସହ ଧାରଣାରେ ବସିଥିଲେ । ଏହି କାରଣରୁ ନିନି ଧରି ଗୃହକୁ ମୁଲତବି ଘୋଷଣା କରି ଆସୁଥିଲେ ବାଚସ୍ପତି । ଗତକାଲି ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ସରକାରଙ୍କ ତରଫରୁ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ନେଇ ଗୃହରେ ବିବୃତ୍ତି ରଖାଯିବ । ଏହି ନିଷ୍ପତ୍ତିରେ ସମସ୍ତ ବିରୋଧୀ ଦଳ ରାଜି ହୋଇ ଆଜିର କାର୍ୟ୍ୟରେ ସାମିଲ ହୋଇଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories