www.samajalive.in
Monday, December 15, 2025
27.1 C
Bhubaneswar

ଜେଲ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ, ସୋମବାର ପରବର୍ତ୍ତୀ ଶୁଣାଣି

ରବିବାର ମଧ୍ୟରାତ୍ରିରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି। ଶନିବାର ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ଧରି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଶିଷ ମିଶ୍ରଙ୍କୁ ପଚରାଉଚୁରା କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ତଦନ୍ତକାରୀ ଅଧିକାରୀଙ୍କୁ ଅସହଯୋଗ କାରଣରୁ ତାଙ୍କୁ ପୁଲିସ ଗିରଫ କରିବା ପରେ ବିଚାରପତିଙ୍କ ଆବାସିକ କାର୍ଯ୍ୟସ୍ଥଳୀରେ ହଜାର କରାଇଥିଲା। ତେବେ ପୁଲିସ ଅଧିକ ପଚରାଉଚୁରା ପାଇଁ ଆଶିଷ ମିଶ୍ରଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କିନ୍ତୁ ଆଶିଷ ମିଶ୍ରଙ୍କ ଓକିଲ ଏହାର ବିରୋଧ କରିବାରୁ ବିଚାରପତି ତାଙ୍କୁ ସୋମବାର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ସୋମବାର ଦିନ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ ଓ ପୁଲିସ ତାଙ୍କୁ ରିମାଣ୍ଡରେ ଆଣିବାର ଯୋଜନା ରଖିଛି। ଶନିବାର ଆଶିଷଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ ୪୦ଟି ପ୍ରଶ୍ନ ପଚରା ଯାଇଥିଲା କିନ୍ତୁ ସେ ୩୨ଟି ପ୍ରଶ୍ନର କୌଣସି ଉତ୍ତର ଦେଇ ପାରିନଥିଲେ। ତାଙ୍କୁ ଯେଉଁ ୪୦ଟି ପ୍ରଶ୍ନ ପଚରାଯାଇଥିଲା, ସେଗୁଡିକ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା –

- Advertisement -

୧. ଚାଷୀଙ୍କ ଉପରେ ଯେଉଁଦିନ ଗାଡି ମାଡ଼ିଗଲା, ସେହି ସମୟରେ ଆପଣ କେଉଁଠି ଥିଲେ?
୨. ଆପଣଙ୍କ ମୋବାଇଲ ଲୋକେସନ ଚାଷୀମାନଙ୍କ ପ୍ରଦର୍ଶନ ଠାରୁ ଅଳ୍ପ ଦୂରରେ ଥିବା ଦର୍ଶାଉଛି, ଆପଣ ସେଠାରେ ଥିଲେ କି?
୩. ଚାଷୀଙ୍କ ଉପରେ ଗାଡି ମାଡ଼ିଯିବା ଘଟଣାରେ, ଆପଣ କେଉଁ ଗାଡିରେ ଯାଉଥିଲେ, ପ୍ରଥମ, ଦ୍ଵିତୀୟ ନା ତୃତୀୟ?
୪. ଦୁଇ ଥର ନୋଟିସ ଦେବା ପରେ ମଧ୍ୟ ଆପଣ କାହିଁକି ପୁଲିସ ଆଗରେ ହାଜର ହେଲେ ନାହିଁ?
୫. ଗତ ଦୁଇ ଦିନ ଆପଣ କେଉଁଠାରେ ଥିଲେ କହିବେ କି?

ଅନ୍ୟପକ୍ଷରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ଅଡୁଆ ବୃଦ୍ଧି ପାଇଛି। ପୂର୍ବରୁ ତାଙ୍କ ପୁଅ ଏହି ଘଟଣାରେ ସମ୍ପୃକ୍ତ ନ ଥିବା ସେ କହୁଥିବା ବେଳେ ଆଜିର ଗିରଫଦାରୀ ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ଘଟଣାରେ ଆଶିଷ ମିଶ୍ରକୁ ସୁରକ୍ଷା ଦେଉଥିବା ଉତ୍ତରପ୍ରଦେଶ ସରକାରଙ୍କ ଅଭିସନ୍ଧି ପଦାରେ ପଡିଯାଇଛି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ମାମଲା ଦାୟର କରି ଉତ୍ତରପ୍ରଦେଶ ସରକାରଙ୍କ ମନୋଭାବକୁ ଅତ୍ୟନ୍ତ ନିନ୍ଦନୀୟ କହିବା ସହ ଭର୍ସନା କରିଥିଲେ ଓ କହିଥିଲେ ତୁରନ୍ତ ପଦକ୍ଷେପ ନିଅ ଏବଂ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ସଂରକ୍ଷିତ ରଖ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories