www.samajalive.in
Saturday, December 6, 2025
16.1 C
Bhubaneswar

ଚୀନ୍ ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ  : ଚେନ୍ନଇର ରାଧାକ୍ରିଷ୍ଣନ ହକି ଷ୍ଟାଡ଼ିୟମ​‌େ​‌ର ଆସନ୍ତା ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଏସିଆନ ଚମ୍ପିଆନ୍‌ସ ଟ୍ରଫି ପୁରୁଷ ହକି ପ୍ରତିଯୋଗିତା ଖେଳାଯିବ। ପ୍ରତିଯୋଗିତାରେ ୬ଟି ଦଳ ଆୟୋଜକ ଭାରତ ସମେତ ଜାପାନ, ଦକ୍ଷିଣ କୋରିଆ, ପାକିସ୍ତାନ, ଚୀନ ଓ ମାଲେସିଆ ଅଂଶଗ୍ରହଣ କରିବେ। ଏଥିପାଇଁ ଏସୀୟ ହକି ମହାସଂଘ (ଏଏଚ୍‌ଏଫ) ପକ୍ଷରୁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଘରୋଇ ଭାରତ ଅଗଷ୍ଟ ୩ରେ ଚୀନ୍‌ ବିପକ୍ଷରୁ ଅଭିଯାନ ଆରମ୍ଭ କରିବାବେଳେ ୯ରେ ପାକିସ୍ତାନ ସହିତ ମ୍ୟାଚ ଖେଳିବ। ଡିଫେଣ୍ଡିଂ ବିଜେତା ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପ୍ରତ୍ୟେକଙ୍କ ସହ ମ୍ୟାଚ ଖେଳିବେ। ଲିଗ୍‌ ପର୍ଯ୍ୟାୟରେ ମୋଟ ୧୫ଟି ମ୍ୟାଚ ଅଗଷ୍ଟ ୯ ପର୍ଯ୍ୟନ୍ତ ଖେଳାଯିବ। ଟେବୁଲର ଶୀର୍ଷ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ୧୧ରେ ଦୁଇଟି ସେମିଫାଇନାଲ ସହ ୫ମ ଓ ୬ଷ୍ଠ ସ୍ଥାନ ପାଇଁ ମ୍ୟାଚ ଖେଳାଯିବ। ୧୨ରେ ୩ୟ ଓ ୪ର୍ଥ ସ୍ଥାନ ସହ ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନଇରେ ଏସିଆନ ଚମ୍ପିଆନ୍‌ସ ଟ୍ରଫି -୨୦୨୩ ଆୟୋଜନ ହେବା ସୌଭାଗ୍ୟର ବିଷୟ। ପ୍ରତିଯୋଗିତାକୁ ସଫଳ ପରିଚାଳନା ନେଇ ଆମେ ପ୍ରସ୍ତୁତ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି। ଚେନ୍ନଇକୁ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଆୟୋଜନ କରିବାର ସୌଭାଗ୍ୟ ମିଳିଥିବାରୁ ଆମେ ବେଶ ଉତ୍ସାହିତ। ପ୍ରତିଯୋଗିତାକୁ ସଫଳ ଆୟୋଜନ ଓ ଲୋକପ୍ରିୟତା ନେଇ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ହକି ୟୁନିଟ୍‌ ଅଫ ତାମିଲନାଡୁ ସଭାପତି ଶେଖର ଜେ ମନୋହରନ କହିଛନ୍ତି। ପ୍ରତିଯୋଗିତାରେ ଭାରତ ୨୦୧୧, ୨୦୧୬ ଓ ୨୦୧୮ରେ ଓ ପାକିସ୍ତାନ ୨୦୧୨, ୨୦୧୩ ଓ ୨୦୧୮ରେ ପ୍ରତ୍ୟେକ ୩ଥର ଲେଖାଏଁ ଚମ୍ପିଆନ ହୋଇଛନ୍ତି। ୨୦୧୮ରେ ଉଭୟ ଦଳ ଯୁଗ୍ମ ବିଜେତା ହୋଇଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories