www.samajalive.in
Saturday, December 6, 2025
26.1 C
Bhubaneswar

ସାଫ୍‌ ଫୁଟବଲ ଚମ୍ପିଆନସିପ୍‌ ଆଜିଠାରୁ

ବେଙ୍ଗାଲୁରୁ : ଦକ୍ଷିଣ ଏସୀୟ ଫୁଟବଲ ମହାସଂଘ(ଏସ୍‌ଏଏଫଏଫ) ,ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)ର ମିଳିତ ସହଯୋଗରେ ସାଫ୍‌ ଫୁଟବଲ ଚମ୍ପିଆନସିପ୍‌ର ୧୪ତମ ସଂସ୍କରଣ ବୁଧବାରଠାରୁ ବାଙ୍ଗାଲୋରସ୍ଥ ଶ୍ରୀ କେଣ୍ଟେରେଭା ଷ୍ଟାଡ଼ିୟମରେ ଖେଳାଯିବ। ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳ ଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ଭାରତ, କୁଏତ, ନେପାଳ, ପାକିସ୍ତାନ ରହିଥିବାବେଳେ ଗ୍ରୁପ-ବି ରେ ଲେବାନନ, ମାଳଦ୍ବୀପ, ଭୂଟାନ ଓ ବାଂଲାଦେଶ ରହିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, କୁଏତ -ନେପାଳ ଉଦ୍‌ଘାଟନୀ ଓ ଦ୍ବିତୀୟ ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତ ଓ ପାକିସ୍ତାନ ମ୍ୟାଚ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଜୁନ୍‌ ୨୧ରେ ଖେଳାଯିବ। ଏ ନେଇ ଏଆଇଏଫଏଫ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭିସା ସମସ୍ୟା ଲାଗି ପାକିସ୍ତାନ ଫୁଟବଲ ଦଳ ବିଳମ୍ବରେ ଭାରତରେ ପହଞ୍ଚିବାର ଥିବାରୁ ମ୍ୟାଚ ପୂର୍ବ ନିର୍ଦ୍ଧାରିତ ସମୟରେ ଖେଳାଯିବା ନେଇ ଆଶଙ୍କା ରହିଥିଲା। ପାକିସ୍ତାନ ଦଳ ମଙ୍ଗଳବାର ରାତିରେ ବାଙ୍ଗାଲୋରରେ ପହଞ୍ଚିବା ପରେ ମ୍ୟାଚ ନିର୍ଦ୍ଧାରିତ ସମୟରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି। ସୁନୀଲ ଛେତ୍ରୀଙ୍କ ନେତୃ୍ତ୍ବାଧିନ ଭାରତ ନିକଟରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ପ୍ରତିଯୋଗିତାର ଫାଇନାଲରେ ୨-୦ ଗୋଲରେ ଲେବାନନକୁ ପରାସ୍ତ କରି ଚମ୍ପିଅାନ ଆଖ୍ୟା ଅର୍ଜନ କରିଛି। ମୁଖ୍ୟ ପ୍ରଶିକ୍ଷକ ଇଗାର ଷ୍ଟିମାକ୍‌ କହିଛନ୍ତି ଯେ, ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟବଲ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିବା ସାଫ୍‌ ଚମ୍ପିଆନସିପ୍‌ ପ୍ରସ୍ତୁତିରେ ସହାୟକ ହେବ। ଏବେ ଆମକୁ ସାଫ୍‌ ଚମ୍ପିଆନସିପରୁ ଏଏଫ୍‌ସି ଏସିଆନ୍‌ କପ୍‌ ପ୍ରସ୍ତୁତି ନେଇ ଲକ୍ଷ୍ୟ ରଖିଛୁ। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ​‌ଟ୍ରଫି ବଜାୟ ରଖିବା ଆମର ଲକ୍ଷ୍ୟ ବୋଲି ଷ୍ଟିମାକ୍‌ କହିିଛନ୍ତି। ସାଫ୍‌ ଫୁଟବଲ ଚମ୍ପିଆନସିପରେ ଭାରତ ରେକର୍ଡ ୮ଥର ବିଜେତା ହୋଇଛି। ୨୦୨୧ ଶେଷ ସଂସ୍କରଣରେ ଭାରତ ୩-୦ ଗୋଲରେ ନେପାଳକୁ ପରାସ୍ତ କରି ବିଜେତା ହୋଇଛି। ଭାରତ ୧୯୯୩, ୧୯୯୭, ୨୦୦୫, ୨୦୦୯,୨୦୧୧, ୨୦୧୫ ଓ ୨୦୨୧ରେ ବିଜେତା ଆଖ୍ୟା ଅର୍ଜନ କରିଛି। ଦ୍ବିତୀୟ ସଫଳତମ ଦଳ ଭାବେ ମାଳଦ୍ବୀପ ୨୦୦୮ ଓ ୨୦୧୮ରେ ଦୁଇଥର, ୧୯୯୫ରେ ଶ୍ରୀଲଙ୍କା, ୨୦୦୩ରେ ବାଂଲାଦେଶ,୨୦୧୩ରେ ଆଫଗାନିସ୍ତାନ ଥରେ ଲେଖାଏଁ ବିଜେତା ହୋଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories