www.samajalive.in
Tuesday, December 9, 2025
16.1 C
Bhubaneswar

ଶନିବାରଠାରୁ ଅଷ୍ଟାଦଶ ଏସୀୟ କ୍ରୀଡ଼ା

ଜାକର୍ତ୍ତା : ଇଣ୍ଡୋନେସିଆରେ ଶନିବାରଠାରୁ ଆରମ୍ଭ ହେଉଛି ୧୮ଶ ଏସୀୟ କ୍ରୀଡ଼ା। ବିଶ୍ୱର ସର୍ବବୃହତ୍‍ ମହାଦେଶର ଏହା ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା। ଖାଲି ଏତିକି ନୁହେଁ; ଏସୀୟ କ୍ରୀଡ଼ା ଇତିହାସରେ ଏହା ସର୍ବବୃହତ୍‍ କ୍ରୀଡ଼ା ହେବାକୁ ଯାଉଛି। ୪୦ଟି କ୍ରୀଡ଼ାରେ ୪୫ଟି ଦେଶରୁ ପ୍ରାୟ ୧୧ ହଜାର କ୍ରୀଡ଼ାବିତ୍‍ ଏହି କ୍ରୀଡ଼ାରେ ଭାଗନେବାକୁ ଯାଉଛନ୍ତି। ପ୍ରଥମଥର ପାଇଁ ୨ଟି ସହର- ଜାକର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ ଏହି କ୍ରୀଡ଼ାର ଆୟୋଜନ କରୁଛନ୍ତି। ଆଶା ଅନୁସାରେ; ଏଥର ଏସିଆର କ୍ରୀଡ଼ା ସୁପରପାୱର ଚୀନ୍‍ ଏବଂ ପ୍ରଥମଥର ପାଇଁ ମିଳିତ ଭାବେ ଭାଗ ନେଉଥିବା କୋରିଆ ମଧ୍ୟରେ ପଦକ ତାଲିକାର ପ୍ରଥମସ୍ଥାନରେ ରହିବା ପାଇଁ ମୁକାବିଲା ହେବ। ଆମଦେଶ ଭାରତ ମଧ୍ୟ ପଦକ ତାଲିକାର ପ୍ରଥମ ୫ଟି ସ୍ଥାନ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଭାରତର ୫୭୧ ଜଣିଆ ଶକ୍ତିଶାଳୀ ଦଳ ଏଥର ଏସୀୟ କ୍ରୀଡ଼ାରେ ଭାଗନେଉଛି। ସେମାନଙ୍କ ମଧ୍ୟରେ ୩୧୨ ପୁରୁଷ କ୍ରୀଡ଼ାବିତ୍‍ ଥିବା ବେଳେ ୨୫୯ ମହିଳା ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‍ଙ୍କ ସଫଳତା ପରେ ୧୬ ଦିନ ଧରି ଚାଲିିବାକୁ ଥିବା ଏସୀୟ କ୍ରୀଡ଼ାରେ  ସେମାନଙ୍କଠାରୁ ଦେଶ ବହୁତ ଆଶାରଖିଛି।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories