www.samajalive.in
Saturday, December 6, 2025
14.1 C
Bhubaneswar

ଏସିଆ ପାଓ୍ବାର ଇଣ୍ଡେକ୍ସ: ଜାପାନକୁ ପଛରେ ପକାଇ ତୃତୀୟ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଏସିଆ ପାଓ୍ବାର ଇଣ୍ଡେକ୍ସରେ ଜାପାନକୁ ପଛରେ ପକାଇ ଭାରତ ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ପାଲଟିଛି। ବୁଧବାର ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ, ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାରର ସମ୍ପ୍ରସାରଣ ଯୋଗୁଁଁ ଭାରତର ସ୍ଥିତିରେ ସୁଧାର ଆସିଛି। ଏଥିସହ ଏହା ବିଶ୍ଵରେ ଭାରତର ବଢୁଥିବା ବିଶ୍ୱସନୀୟତାକୁ ମଧ୍ୟ ଦର୍ଶାଉଛି।

ମନ୍ତ୍ରଣାଳୟ କହିଛି ଯେ, ‘‘ଏକ ଉଲ୍ଲେଖନୀୟ ପରିବର୍ତ୍ତନସ୍ଵରୂପ ଭାରତ ଜାପାନକୁ ପଛରେ ପକାଇ ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ଶକ୍ତିଶାଳୀ ଦେଶର ମାନ୍ୟତା ହାସଲ କରିଛି। ଏହା ସମଗ୍ର ବିଶ୍ୱରେ ଭାରତର ବଢୁଥିବା ବିଶ୍ୱସନୀୟତାକୁ ଦର୍ଶାଉଛି।’’

- Advertisement -

ସୂଚନାଯୋଗ୍ୟ,  ଏସିଆ ପାୱାର୍ ଇଣ୍ଡେକ୍ସ ୨୦୧୮ରେ ଲୋଓ୍ବି ଇନଷ୍ଟିଚ୍ୟୁଟ୍ ଦ୍ୱାରା ଆରମ୍ଭ କରାଯାଇଥିଲା। ଏଥିରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାର୍ଷିକ ଭିତ୍ତିରେ ଶକ୍ତିଶାଳୀ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଏ। ଏଥିରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ୨୭ଟି ଦେଶର ସ୍ଥିତିର ମୂଲ୍ୟାଙ୍କନ କରାଯାଇଥାଏ। ତେବେ ଚଳିତ ବର୍ଷ ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଚୀନ୍‌।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories