www.samajalive.in
Saturday, December 6, 2025
17.1 C
Bhubaneswar

ଏସିଆ କପ୍‍ରୁ ଶ୍ରୀଲଙ୍କାର ବିଦାୟ : ଆଜି ଭାରତ-ହଂକଂ ମୁକାବିଲା

ଆବୁଧାବି  : ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ବଡ଼ ବିପର୍ଯ୍ୟୟ ଘଟାଇ ଆଫ୍‍ଗାନିସ୍ତାନ ଚମକପ୍ରଦ ବିଜୟ ହାସଲ କରିଛି। ଫଳରେ ୫ ଥର ଚମ୍ପିଆନ୍‍ ଦଳ ଶ୍ରୀଲଙ୍କା। ଲିଗ୍‍ ପର୍ଯ୍ୟାୟରୁ ବିଦାୟ ନେଇଛି। ବାଂଲାଦେଶଠାରୁ ୧୩୭ ରନ୍‍ରେ ପ୍ରଥମ ମ୍ୟାଚ୍‍ ହାରିଥିବା ଶ୍ରୀଲଙ୍କା ସୋମବାର ୩ୟ ମ୍ୟାଚ୍‍ରେ ଆଫ୍‍ଗାନିସ୍ତାନ ଠାରୁ ୯୧ ରନ୍‍ରେ ପରାସ୍ତ ହୋଇଛି। ଆଫ୍‍ଗାନିସ୍ତାନ ପ୍ରଥମେ ବ୍ୟାଟିଂକରି ଲଢ଼ୁଆ ୨୪୯ ରନ୍‍ କରିଥିଲା। ରହମତ୍‍ ଶାହାଙ୍କ ଅର୍ଦ୍ଧଶତକ ବଳରେ ଆଫ୍‍ଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରର ଶେଷ ବଲ୍‍ରେ ୨୪୯ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ପରେ ଆଫ୍‍ଗାନିସ୍ତାନ ବୋଲର ନିୟମିତ ୱିକେଟ ନେବାରୁ ଶ୍ରୀଲଙ୍କା ୪୧.୨ ଓଭରରେ ୧୫୮ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ରହମତ୍ ଶାହା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

- Advertisement -

ଅନ୍ୟ ପକ୍ଷରେ ଦୁବାଇରେ ଆଜି ଭାରତର ମୁକାବିଲା ନବାଗତ ହଂକଂ ଦଳ ସହ ହେବ। ବୁଧବାର ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‍ ଅନୁଷ୍ଠିତ ହେବାକୁ ଯାଉଥିବାରୁ ମଙ୍ଗଳବାର ମ୍ୟାଚ୍‍ ଭାରତୀୟ ଦଳ ଖେଳାଳିଙ୍କ ନିମନ୍ତେ ନିଜ ଦକ୍ଷତା ପରଖିବାକୁ ସୁଯୋଗ ଆଣି ଦେଇଛି।
ଚଳିତ ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଭାରତୀୟ ଦଳ ପାଇଁ ବଡ଼ ପରୀକ୍ଷା ଏଥିରେ ସନ୍ଦେହ ନାହିଁ। ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରୋହିତ ଶର୍ମା ଏସିଆ କପ୍‍ରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ହଂକଂକୁ ପରାସ୍ତ କରିବା ଯଦିଓ ଭାରତୀୟ ଦଳ ନିମନ୍ତେ ବଡ଼ କଥା ନୁହେଁ ତେବେ ଚୂଡ଼ାନ୍ତ ଏକାଦଶରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ତାହା ଦେଖିବାର କଥା। ଦୁବାଇ ତାପମାତ୍ରା ପାଖାପାଖି ୪୩ ଡିଗ୍ରୀ ରହୁଥିବାରୁ ଭାରତୀୟ କ୍ରିକେଟର୍‍ ଏତେ ତାପମାତ୍ରାରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ହଂକଂ ଦଳ ନିଜର ପ୍ରଥମ ମ୍ୟାଚ୍‍ରେ ପାକିସ୍ତାନ ଠାରୁ ୮ ୱିକେଟ୍‍ରେ ପରାସ୍ତ ହୋଇଥିବା ବେଳେ ଭାରତ ବିପକ୍ଷ ମ୍ୟାଚ୍‍ରେ ଦଳର ପ୍ରଦର୍ଶନରେ ବେଶୀ ଉନ୍ନତି ଘଟିବ ବୋଲି ଆଶା କରାଯାଉ ନାହିଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories