www.samajalive.in
Thursday, December 11, 2025
16.1 C
Bhubaneswar

ଏସିଆ କପ୍‌ରୁ ଓହରିପାରେ ପାକିସ୍ତାନ

କରାଚି: ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ୍‌ ଆୟୋଜନ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାକୁ ଲାଗିଛି। ଏପରିକି ପାକିସ୍ତାନ ଏସିଆ କପ୍‌ରୁ ଓହରି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିସିସିଆଇ ପାକିସ୍ତାନକୁ ଏସିଆ କପ୍‌ ଲାଗି ଭାରତୀୟ ଦଳ ନପଠାଇବା ସହ ନିରପେକ୍ଷ ସ୍ଥାନରେ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲା। ପିସିବି କିନ୍ତୁ ପାକିସ୍ତାନରେ ଏସିଆ କପ୍‌ ଆୟୋଜନ ନେଇ ଅଟଳ ରହିଛି। ଏବେ ଏସିଆ କପ୍‌ ଆୟୋଜନର ଅଧିକାର ପାଇଥିବା ପାକିସ୍ତାନ ପୂରା ପ୍ରତିଯୋଗିତାରେ ଅଂଶଗ୍ରହଣ ନକରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିସିସିଅାଇ ଏସିଆ କପ୍‌ ପାକିସ୍ତାନ ବଦଳ​‌େ​‌ର ଅନ୍ୟତ୍ର କରିବା ନେଇ ପ୍ରସ୍ତାବ ଦେଇଥିଲା। ଏହା ପରେ ଏସିଆ କପ୍‌ ଆୟୋଜନ ନେଇ ପିସିବି ମୁଖ୍ୟ ନଜମ ସେଠୀ ହାଇବ୍ରିଡ ମଡେଲର ପ୍ରସ୍ତାବ ଦେଇଥିଲେ।

ଏସିଆ କପ୍‌ର ୪ଟି ମ୍ୟାଚ ପାକିସ୍ତାନରେ ଓ ଭାରତ ସମେତ ଅନ୍ୟ ମ୍ୟାଚ ନିରପେକ୍ଷ ଭେନ୍ୟୁରେ ଖେଳାଯିବା ନେଇ ପିସିବି ପ୍ରସ୍ତାବ ଦେଇଥିଲା। କିନ୍ତୁ ଉକ୍ତ ପ୍ରସ୍ତାବକୁ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପ୍ରତ୍ୟାଖାନ କରିଦେଇଛନ୍ତି। ପିସିବି ଆଶା କରିଥିଲା ଯେ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ହାଇବ୍ରିଡ ମଡେଲ ପ୍ରସ୍ତାବକୁ ସମର୍ଥନ କରିବେ। କିନ୍ତୁ ସେମାନେ ବିସିସିଆଇ ଭଳି ଉକ୍ତ ହାଇବ୍ରିଡ ମଡେଲରୁ ଦୂରେଇ ଯାଇଛନ୍ତି। ସବୁଆଡୁ ନିରାଶ ହେବାପରେ ପାକିସ୍ତାନ ଆସନ୍ତା ସେପ୍ଟେମ୍ବରରୁ ଖେଳାଯିବାକୁ ଥିବା ଏସିଆ କପ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟରୁ ଜଣାପଡିଛି। ପ୍ରଥମେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାରୁ ଓହରି ଯାଇଥିଲା। ଫଳରେ ପାକିସ୍ତାନ ବଦଳରେ ଅନ୍ୟତ୍ର ଏସିଆ କପ୍‌ ଲାଗି ଦାବି କରିଥିଲା। ଏବେ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟ ଏସିଆ କପ୍‌ ପାକିସ୍ତାନ ବାହାରେ ଖେଳାଯାଉ ବୋଲି ମତ ଦେଇଛନ୍ତି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories