www.samajalive.in
Wednesday, December 10, 2025
16.1 C
Bhubaneswar

ଚିକିତ୍ସା ପରେ ଅସ୍ତ୍ରୋପଚାର ସାମଗ୍ରୀ ଚୋରି କରି ହଟହଟା ହେଲେ ୭ ଇଞ୍ଜିନିୟର ଛାତ୍ର

ବାଳକାଟି: ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେବାପରେ ୭ ଇଞ୍ଜିନିୟର ଛାତ୍ର ଅସ୍ତ୍ରୋପଚାର ସାମଗ୍ରୀ ଚୋରି କରି ଧରାପଡିବା ଘଟଣା ବାଳକାଟି ଫାଣ୍ଡି ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଖବରନେବାରେ ଜଣାପଡିଛି ଆଜି ଭୁବନେଶ୍ୱର ଅଞ୍ଚଳରେ ୭/୮ ଜଣ ସାଙ୍ଗ ୪ଟି ମୋଟର ସାଇକଲରେ ପୁରୀରୁ ଫେରୁଥିଲେ। ସେମାନେ ସମସ୍ତେ ଉଚ୍ଚ ଶିକ୍ଷିତ ଛାତ୍ର ଥିଲେ। ପ୍ରାୟ ଅପରାହ୍ନ ପ୍ରାୟ ସାଢେ ୨ଟାରେ କୃପାଜଳ ଇଞ୍ଜିନିଅର କଲେଜ ନିକଟରେ ୨ ଜଣ ସାଙ୍ଗ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଅନ୍ୟ ସାଙ୍ଗମାନେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ୨ ଜଣଙ୍କୁ ଆଶୁ ଚିକିତ୍ସା କରିଥିଲେ। ଆଟେଣ୍ଡାଣ୍ଟ ଜଣଙ୍କ ସେମାନଙ୍କୁ ଡ୍ରେସିଂ କରି ବିଶ୍ରାମଗାରକୁ ଯାଇଥିଲେ। ଏହାର କିଛି ସମୟ ପରେ ସେ ଡ୍ରେସିଂ ରୁମକୁ ଆସିଥିଲେ। ସେଠାରେ ଥିବା ଆଲମିରା ଖୋଲା ଥିବା ସହ ଗଜ କପଡା, ଗ୍ଲୋବସ, ଅଏଣ୍ଟମେଣ୍ଟ ଆଦି ଡ୍ରେସିଂ ସାମଗ୍ରୀ ନଥିଲା। ସେ ଓ ସୁରକ୍ଷା କର୍ମୀ ତୁରନ୍ତ ବାହାରକୁ ଆସି ଉକ୍ତ ଛାତ୍ର ମାନଙ୍କୁ ପଚାରିଥିଲେ। ମାତ୍ର ସେମାନେ ମନା କରିଥିଲେ। ସେମାନଙ୍କ ମୋଟର ସାଇକଲରେ ଥିବା ଏକ ବ୍ୟାଗ ଦେଖିବା ପରେ ସେଥିରୁ ଉକ୍ତ ସାମଗ୍ରୀ ବାହାରିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବରପାଇ ସ୍ଥାନୀୟ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପଚରା ଉଚରା ପରେ ସେମାନେ ଚୋରି କରିଥିବା ମାନିଥିଲେ। ପରେ ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହ ଆପୋଷ ବୁଝାମଣା ପରେ ଉକ୍ତ ଛାତ୍ରମାନେ କ୍ଷମା ମାଗିଥିଲେ ଏବଂ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories