www.samajalive.in
Sunday, December 7, 2025
14.1 C
Bhubaneswar

ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର ଦିଆଯାଉଛି: ଅଶ୍ୱିନୀ ବୈଷ୍ଣବ

ଆଠଗଡ଼: ଓଡ଼ିଶା ୨୦୧୪ ପୂର୍ବରୁ ରେଳବାଇ କ୍ଷେତ୍ରରେ ସବୁବେଳେ ଅବହେଳିତ ହୋଇ ଆସୁଥିଲା। ସେତେବେଳର ୟୁପିଏ ସରକାର ଓଡ଼ିଶାକୁ ରେଳବାଇ ବିକାଶ ଲାଗି ବାର୍ଷିକ ଅତି ବେଶୀରେ ୮୦୦ କୋଟି ଟଙ୍କା ଦେଉଥିଲେ ଏବଂ ରାଜ୍ୟରେ ବର୍ଷକୁ ମାତ୍ର ୫୦ କିମି ନୂଆ ରେଳ ଲାଇନ ବିଛା ଯାଇପାରୁଥିଲା। କିନ୍ତୁ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର କ୍ଷମତାକୁ ଆସିବା ପରେ ରେଳବାଇ କ୍ଷେତ୍ରରେ ବିକାଶ ଲାଗି ଓଡ଼ିଶାକୁ ଅଗ୍ରାଧିକାର ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦେଶ ଦେଇଥିଲେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଠଗଡର ମହାବୀର ପ୍ଲାଜାଠାରେ ଏକ ଦଳୀୟ ସାଙ୍ଗଠନିକ ବୈଠକରେ ଯୋଗଦେବା ଅବସରରେ କହିଛନ୍ତିି।

୨୦୧୪ ପୂର୍ବରୁ ଓଡ଼ିଶାକୁ ମିଳୁଥିବା ୮୦୦ କୋଟି ଟଙ୍କା ବଦଳରେ ଏବେ ୧୦ ହଜାର କୋଟି ଟଙ୍କା ମିଳୁଛି ଏବଂ ବର୍ଷକୁ ୫୦ କିମି ତୁଳନାରେ ଏବେ ବାର୍ଷିକ ୪୫୦ କିମି ନୂତନ ରେଳ ଲାଇନ ବିଛାଯାଉଛି। ଏଥିସହ ରାଜ୍ୟର ୫୭ଟି ରେଳ ଷ୍ଟେସନକୁ ଉନ୍ନତିକରଣ କରି ବିଶ୍ୱସ୍ତରୀୟ ଷ୍ଟେସନ କରାଯାଉଛି ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି। ଆଠଗଡ଼ବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବା ଲାଗି ଘଣ୍ଟିଖାଲ ନିକଟରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଥିବା ଲେଭେଲ କ୍ରସିଂ ଉଠାଯାଇ ସେଠାରେ ରେଳ ଲାଇନ ପାର ହେବା ପାଇଁ ଏକ ଫ୍ଲାଇଓଭର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି ଓ ଖୁବଶୀଘ୍ର ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଅଞ୍ଚଳବାସୀଙ୍କର ଘଣ୍ଟିଖାଲ ଓ ରାଧାକିଶୋରପୁର ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଥିବା ଦାବି ପ୍ରତି ସୁବିଚାର କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଏଥିସହିତ ୨୦୨୪ ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି କିପରି ପୁଣି ସରକାର ଗଢିବ ଏବଂ ଓଡ଼ିଶାରେ ବିଜେଡି ସରକାରକୁ ହଟାଇ ବିଜେପି କ୍ଷମତାକୁ ଆସିବ ସେଥିଲାଗି ଦଳୀୟ ଛାମୁଆ ନେତାଙ୍କୁ ମାର୍ଗଦର୍ଶନ କରାଇଛନ୍ତି।

- Advertisement -

ଏହି ବୈଠକରେ ଆଠଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ପଦାଧିକାରୀ, ଶକ୍ତିକେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ ଓ ପ୍ରଭାରୀଙ୍କ ସମେତ ଶତାଧିକ ଛାମୁଆ ନେତା ଯୋଗ ଦେଇଥିଲେ। କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଡଃ ଯତିନ ମହାନ୍ତି, ରାଜ୍ୟ ମିଡିଆ ସଂଯୋଜକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ, କଟକ ଲୋକସଭା ସଂଯୋଜକ ସୁକାନ୍ତ ବିଶ୍ଵାଳ, ପ୍ରଭାରୀ ଜ୍ଞାନେନ୍ଦ୍ର ସ୍ୱାଇଁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, ସଂପାଦିକା ହେମମଞ୍ଜରୀ ଭଞ୍ଜଦେଓ, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ସଂପାଦକ ବିନୋଦ ଦାସ, ବରିଷ୍ଠ ନେତା ଅଭୟ କୁମାର ବାରିକ, ବିଧାନସଭା ସଂଯୋଜକ ବିକ୍ରମ କେଶରୀ ଦାଶ, ବାଙ୍କୀର ବରିଷ୍ଠ ନେତା ଶୁଭ୍ରାଂଶୁ ମୋହନ ପାଢୀ, ଚୌଦ୍ଵାର-କଟକର ବରିଷ୍ଠ ନେତା ପ୍ରକାଶ ବଡଜେନା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଜିଲ୍ଲା ସାଧାରଣ ସଂପାଦକ ତଥା ବରିଷ୍ଠ ନେତା ରାମନାରାୟଣ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଧବଳେଶ୍ଵରଠାରେ ଶନିବାର ରାତ୍ରିଯାପନ କରି ରବିବାର ସକାଳେ ଆଠଗଡ଼ରେ ପହଞ୍ଚିବା ପରେ ଚାନ୍ଦବାଲି ଛକଠାରେ ବରିଷ୍ଠ ନେତା ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ବରେ ଶତାଧିକ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରି ଶୋଭାଯାତ୍ରାରେ ମହାବୀର ପ୍ଲାଜା ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories