ଆଶାରାମଙ୍କ ଜାମିନ ଆବେଦନ ଅଗ୍ରାହ୍ୟ

ନୂଆଦିଲ୍ଲୀ : ଅନୁଗାମୀଙ୍କ ପ୍ରତି ଯୌନାଚାର ଅଭିଯୋଗରେ ଗିରଫ ତଥାକଥିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଜଷ୍ଟିସ ଏନ୍‌.ଭି ରମଣଙ୍କ ନେତୃତ୍ବାଧୀନ ପୀଠ କହିଛନ୍ତି ଯେ ନିମ୍ନ ଅଦାଲତରେ ଏହି ମାମଲାର ବିଚାର ଚାଲିବ। ସଲିସିଟର ଜେନେରାଲ ତୁଷାର ମେହତା ନିମ୍ନ ଅଦାଲତରେ ଏହି ମାମଲାର ଶୁଣାଣି ଜାରି ରହିଛି ଏବଂ ୨୧୦ଜଣଙ୍କ ସାକ୍ଷୀଙ୍କୁ ଜେରା ବାକି ରହିଛି ବୋଲି ପୀଠକୁ ଜଣାଇଥିଲେ। ସୁରତର ଦୁଇ ଭଉଣୀ ଆଶାରାମ ଓ ତାଙ୍କ ପୁଅ ଓମ୍‌ସାଇଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

kalyan agarbati

Comments are closed.