www.samajalive.in
Saturday, December 6, 2025
16.1 C
Bhubaneswar

ଅସହାୟ ଅବସ୍ଥାରେ ବୃଦ୍ଧା, ସରକାରୀ ଯୋଜନାରେ ମିଳିନାହିଁ ଭତ୍ତା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଂଚାୟତ ଅନ୍ତର୍ଗତ ତାରିଣୀ ପଲି ଗ୍ରାମରେ ଜଣେ ଅସହାୟ ବୃଦ୍ଧା ଗୋଟିଏ ଭଙ୍ଗା ଦଦରା ଘରେ ପଡିରହିଥିବା ଦେଖିବାକୁ ମିଳିଛି । ତାଙ୍କୁ ନା କୌଣସି ସରକାରୀ ତରଫରୁ ଭତ୍ତା ମିଳୁଛି ନା ସରକାର ତରଫରୁ ଘର ଖଣ୍ଡିଏ ମିଳୁଛି । କେବଳ ଗ୍ରାମର ଲୋକଙ୍କ ସହାୟତା ଯୋଗୁଁ ସେ ବଞ୍ଚି ରହିଛନ୍ତି ବୋଲି ଗ୍ରାମର ଯୁବକ ମାନେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଥିବା ପରେ ବି , ସେ ସବୁ ତାଙ୍କ ପାଇଁ ଅପହଞ୍ଚ ପାଲଟିଛି । ସେ ହେଉଛନ୍ତି ତାରିଣୀ ପଲି ଗ୍ରାମର ସ୍ୱର୍ଗତ ଗୋପୀନାଥ ବେହେରାଙ୍କ ସ୍ତ୍ରୀ ଚନ୍ଦ୍ର ମଣି ବେହେରା ୬୦ ଅଟନ୍ତି । ପରିବାର ଆଉ ତାଙ୍କ ପାଖରେ କେହି ନାହାନ୍ତି । କିଛି ବର୍ଷ ପୂର୍ଵରୁ ସ୍ୱାମୀ ମୁର୍ତ୍ୟୁ ବରଣ କରିଛନ୍ତି । ପୁଅଝିଅ ମଧ୍ୟ କେହିନାହାନ୍ତି । ଚନ୍ଦ୍ରମଣି ଜଣେ ମାନସିକ ରୋଗୀ ବୋଲି ଗ୍ରାମର ଲୋକଙ୍କଠୁ ଶୁଣିବାକୁ ମିଳିଛି l ଗ୍ରାମର ଯୁବକ ମାନେ ଅଭିଯୋଗ ଆଣିଛନ୍ତି ବୃଦ୍ଧା ଜଣକୁ ସରକାରଙ୍କ ତରଫରୁ ଭତ୍ତା ମିଳୁନି । ଭତ୍ତା ମିଳିବା ପାଇଁ ସେ ମହିଳା ଜଣକ ଯୋଗ୍ୟ ଥିଲେ ମଧ୍ୟ ତାଙ୍କୁ ମିଳୁନି । ଯେଉଁ ଭାଙ୍ଗି ରୁଜି ଯାଇଥିବା ଆଜବେଷ୍ଟ ଘରଟି ରହିଛି ସେଠି ଦିନରେ ସୂର୍ଯ୍ୟ କିରଣ ଏବଂ ରାତ୍ର ଚନ୍ଦ୍ର ଲୋକ ପଡୁଥିବା ଜଣାପଡୁଛି । ଏଭଳି ସ୍ଥିତିରେ ବୃଦ୍ଧା ଜଣକ ସେଠି ଭାଗ୍ୟକୁ ଆଦରି ପଡ଼ିରହିଛି । ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories