www.samajalive.in
Saturday, December 6, 2025
16.1 C
Bhubaneswar

ମୁହଁ ପାଇଁ ହେଙ୍ଗୁର ବ୍ୟବହାର

ହେଙ୍ଗୁ ଏକ ଔଷଧ ଅଟେ। ଏହାର ଅନେକ ଲାଭ ରହିଛି। ଖାଦ୍ୟକୁ ଅଧିକ ସ୍ବାଦିଷ୍ଟ  କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ। ହେଙ୍ଗୁରେ ଆଣ୍ଟି-ଇଫ୍ଲେମେଟରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହାର ବ୍ୟବହାର ଦ୍ବାରା ଥଣ୍ଡା, ଜ୍ବର ଇତ୍ୟାଦିରୁ ମୁକ୍ତି ମିଳିଥାଏ। ଏହାସହ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା, ରକ୍ତଚାପ, ଆଜମା ଓ ଚର୍ମ ରୋଗରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ମୁହଁ ପାଇଁ ହେଙ୍ଗୁର ବ୍ୟବହାର ..

ମୁହଁକୁ ଆକର୍ଷଣୀୟ କରିବା ପାଇଁ :

- Advertisement -

ହେଙ୍ଗୁକୁ ପାଣି କିମ୍ବା ଗୋଲାପ ଜଳରେ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ବାରା ମୁହଁ ଅଧିକ ଆକର୍ଷଣୀୟ ଦେଖାଯାଇଥାଏ। ଆଖି ତଳ କଳା ପଡିଥିଲେ ମଧ୍ୟ ସେଥିରୁ ମୁକ୍ତି ମିଳିଥାଏ।

ମୁହଁକୁ କୋମଳ କରିବା ପାଇଁ :

କ୍ଷୀର, ଗୋଲାପ ଜଳ ଓ ମହୁକୁ ମିଶାଇ ସେଥିରେ ହେଙ୍ଗୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାହାକୁ ମୁହଁରେ ଲଗାନ୍ତୁ। ଏପରି ନିୟମିତ ରୂପେ ଲଗାଇବା ଦ୍ବାରା ମୁହଁ କୋମଳ ହୋଇଥାଏ।

ମୁହଁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ :

ମୁହଁରେ କୌଣସି ସଂକ୍ରମଣ ଜନିତ ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବା ପାଇଁ ହେଙ୍ଗୁର ବ୍ୟବହାର କରିପାରିବା। ପାଣିରେ ଅଳ୍ପ ହେଙ୍ଗୁ ମିଶାଇ ମୁହଁକୁ ପୋଛନ୍ତୁ। ହେଙ୍ଗୁର ପେଷ୍ଟ ପ୍ରସ୍ତୁତ କରି ମଧ୍ୟ ମୁହଁରେ ଲଗାଇ ପାରିବେ। ଏପରି କରିବା ଦ୍ବାରା ମୁହଁ ସଂକ୍ରମଣ ଜନିତ ସମସ୍ୟାରୁ ରକ୍ଷା ପାଇପାରିବା।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories