ଇଡ଼ିର ସପ୍ତମ ସମନରେ ବି ହାଜର ହେବେନି କେଜ୍ରିୱାଲ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପ୍ତମ ଥର ନୋଟିସ କରିଛି ଇଡ଼ି। ହେଲେ ସବୁ ଥର ଭଳି ଏଥର ମଧ୍ୟ ଇଡ଼ି ନୋଟିସକୁ ବେଖାତିର କରିଛନ୍ତି କେଜ୍ରିୱାଲ। ତାଙ୍କ ଦଳ ପକ୍ଷରୁ କୁହାଯାଇଛି ଯେ ସପ୍ତମ ନୋଟିସରେ ବି କେଜ୍ରିୱାଲ ହାଜର ହେବେ ନାହିଁ। ଏହି ମାମଲା କୋର୍ଟରେ ଚାଲିଥିବାରୁ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ ହେବ। ଏହି ସମୟରେ ଜାଣିଶୁଣି ଇଡ଼ି ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କୁ କ୍ରମାଗତ ଭାବରେ ନୋଟିସ ପଠାଯାଉଥିବା ଦଳ କହିଛି। କୋର୍ଟଙ୍କ ନିଷ୍ପତିକୁ ଇଡି ଅପେକ୍ଷା କରିବା ଉଚିତ ବୋଲି ଦଳ ପକ୍ଷରୁ କୁହାଯାଇଛି।
Comments are closed.