www.samajalive.in
Sunday, December 14, 2025
14.1 C
Bhubaneswar

ଜ୍ବର ଆକ୍ରାନ୍ତ ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକ୍ସନ

ବଣାଇ: ତଳ ଦିନରେ ଅନ୍ଧାରୀ ଚିକିତ୍ସାକୁ ନେଇ ଚର୍ଚ୍ଚାରେ ରହିଥିବା ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଆଜି ଜଣେ ଜ୍ବର ଆକ୍ରାନ୍ତ ୪ବର୍ଷର ଶିଶୁଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ା ଡାକ୍ତର କେଉଁ ଉଦ୍ଦେଶ୍ୟରେ ଏଭଳି ପ୍ରେସ୍କ୍ରିପସନ୍‌‌ ଦେଲେ ଓ କିଭଳି ଜଣେ ଶିଶୁର ଜୀବନ ପ୍ରତି ଏଭଳି ଭୟଙ୍କର ଖେଳ ଖେଳା ଗଲା ବୋଲି ପ୍ରଶ୍ନ ହେଉଛି ା ଗୁରୁତ୍ବପୂର୍ଣ୍ଣ କଥା ସମ୍ପୃକ୍ତ ଶିଶୁର ପରିବାର ଲୋକେ ତାଙ୍କ ଶିଶୁକୁ କୁକୁର କାମୁଡ଼ିନି ବୋଲି କହିଥିଲେ ମଧ୍ୟ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ଏଭଳି ଇଞ୍ଜେକ୍ସନ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

ବଣାଇ ସଦର ମହକୁମାର ଜଗନ୍ନାଥପୁର ସାହିର ଚିନ୍ମୟୀ ଜେନାଙ୍କ ୪ବର୍ଷର ଶିଶୁକୁ ୨୯ତାରିଖ ଦିନ କୌଣସି ବିଷଧର ପୋକ କାମୁଡ଼ିଦେବାରୁ ଶିଶୁର ଦେହ କୁଣ୍ଡାଇ ହେବା ସହ ଜ୍ବର ହୋଇଥିଲା। ଫଳରେ ସେମାନେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଶିଶୁ ଚିକିତ୍ସକ ଡାକ୍ତର ଲିକଚାନ୍ଦ ମହାପାତ୍ର ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଲେଖି ଦେଇଥିଲେ। ପରିବାର ଲୋକେ ସରକାରୀ ଔଷଧ ବିତରଣ କେନ୍ଦ୍ରକୁ ଯାଇ ଇଞ୍ଜେକ୍ସନ ଆଣିବା ବେଳେ କୁକୁର କାମୁଡ଼ିଛି କି ବୋଲି ମେଡିସିନ ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ ପଚାରିବାରୁ ସେ ମନା କରିଥିଲେ ମଧ୍ୟ ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିଲେ। ତୁରନ୍ତ ଡାକ୍ତରକୁ ରୋଗୀଙ୍କ ପରିବାର ପଚାରିବାକୁ ଯାଇଥିବାବେଳେ ଡାକ୍ତର ପୂର୍ବ ପ୍ରେସକ୍ରିପସନ୍‌କୁ ଚିରି ଦେଇଥିଲେ ଏବଂ ନୂଆ ପ୍ରେସକ୍ରିପସନ ଦେଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। କୁକୁର କାମୁଡ଼ି ନ ଥିବା ସତ୍ତ୍ବେ କିପରି ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଗଲା। ଘଟଣା ସମ୍ପର୍କରେ ଖବର ପାଇ ଦାୟିତ୍ବରେ ଥିବା ଜିଲା ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶିଶୁ ସମେତ ପରିବାର ଲୋକ ଓ ଡାକ୍ତର ଲିକଚାନ୍ଦ ମହାପାତ୍ରଙ୍କୁ ଡାକି ଘଟଣା ବାବଦରେ ତଦନ୍ତ କରିଥିଲେ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ତା’ ସହ ଶିଶୁ ବିଶେଷଜ୍ଞଙ୍କ ପ୍ରେସକ୍ରିପସନକୁ ଯଥାର୍ଥ ବୋଲି କହିଥିଲେ। ଏହି ଘଟଣା ବଣାଇରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories