www.samajalive.in
Saturday, December 6, 2025
16.1 C
Bhubaneswar

ମନୋମୁଗ୍ଧକର ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶର ଖୁବନସିରୀ ଜିଲ୍ଲାର ଜିରୋ ବେଲୀ ଭ୍ରମଣ ପାଇଁ ଏକ ସୁନ୍ଦର ସ୍ଥାନ। ଚତୁଃପାର୍ଶ୍ବ ସବୁଜ ଗଛଲତାରେ ପରିପୂର୍ଣ୍ଣ ଅଟେ। ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟ ଖୁବ ମନୋମୁଗ୍ଧକର।
ଘାଟି ରାସ୍ତାରେ ଭ୍ରମଣ ଓ ଖୁବ୍‌ ମନୋମୁଗ୍ଧକର। ଏଠାରେ ବୁଲିବା ନିମନ୍ତେ ଖୁବ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ଏଠାକାର ଆଖପାଖ ସ୍ଥାନ ମଧ୍ୟ ଭ୍ରମଣ ନିମନ୍ତେ ଖୁବ ଉତ୍କୃଷ୍ଟ।
ଜିରୋ ପୁତୁ – ଏହି ସ୍ଥାନ ବୁଲିବା ବେଳେ ମନକୁ ଏକ ଅପୂର୍ବ ଆନନ୍ଦ ମିଳିଥାଏ। ଏହି ସ୍ଥାନ ଆର୍ମୀ ପୁତୁ ନାମରେ ମଧ୍ୟ ନାମିତ ।
ପାକୋ ଘାଟି – ସବୁଜିମା ଭରା ଦୃଶ୍ୟ ସହ ଏଠାରେ ହିମାଳୟ ପର୍ବତର ବରଫାବୃତ ଅଞ୍ଚଳ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ସ୍ଥାନର ସୌନ୍ଦର୍ୟ୍ୟ କେବଳ ଏଠାକୁ ଆସି ହିଁ ଅନୁଭବ କରି ହେବ।
ନରୀନ ଫିସ୍‍ ଫାର୍ମ – ଏହି ଜିରୋ ଘାଟି ବହୁ ଉଚ୍ଚରେ ଅବସ୍ଥିତ। ତଥାପି ଏଠାରେ ମାଛ ଚାଷ କରାଯାଏ। ଏହା ଛଡ଼ା ଏଠାରେ ଫୁଲ ଚାଷ ମଧ୍ୟ କରାଯାଏ।
ତାଲେ ଘାଟି – ଜିରୋ ଘାଟି ଠାରୁ ୩୨ କିଲୋମିଟର ଦୂରରେ ଉତ୍ତର-ପୂର୍ବ ଦିଗରେ ଏହା ଅବସ୍ଥିତ। ଏହା ‘ୱାଇଲ୍ଡ ଲାଉଫ୍‍’ ନିମନ୍ତେ ବେଶ ପ୍ରସିଦ୍ଧ ଅଟେ। ଏଠାରେ ବହୁ ପଶୁ-ପକ୍ଷୀ, ଜୀବଜନ୍ତୁ , ଗଛଲତାର ରକ୍ଷଣାବେକ୍ଷଣା କରାଯାଇଥାଏ।
ଏହାର ଆଖପାଖର ଆହୁରି ମଧ୍ୟ ଭ୍ରମଣ ନିମନ୍ତେ ବହୁ ସ୍ଥାନ ରହିଛି। ପ୍ରକୃତି ପ୍ରେମୀ ତଥା ପର୍ୟ୍ୟଟକଙ୍କ ନିମନ୍ତେ ଏହା ଏକ ଉକୃଷ୍ଟ ସ୍ଥାନ ଅଟେ।
ଏହି ଜିରୋ ବେଲୀକୁ ଯିବା ନିମନ୍ତେ ଫେବୃଆରୀ ଠାରୁ ଅକ୍ଟୋବର ପର୍ୟ୍ୟନ୍ତ ସମୟ ସଠିକ ଅଟେ। ସେପ୍ଟେମ୍ବରରେ ଏଠାରେ ସ୍ୱତନ୍ତ୍ର ସଂଗୀତ କାର୍ୟ୍ୟକ୍ରମ ହୋଇଥାଏ ଓ ଏହି ସମୟରେ ଦେଶ-ବିଦେଶରୁ ବହୁ ଲୋକ ଏଠାକୁ ଆସି ଥାଆନ୍ତି।
ଗମନାଗମନ ନିମନ୍ତେ ଏଠାକୁ ଯିବା ପାଇଁ ଉଡ଼ାଯାହାଜ,ରେଳ ମାର୍ଗ, ସଡ଼କ ମାର୍ଗ ମଧ୍ୟ ରହିଛି। ଜିରୋ ବେଲୀର ନିକଟତମ ଏୟାରପୋର୍ଟ ଜୋରହାଟ ଓ ଲୀଲାବରୀ ଅଟେ।
ଏଠାରୁ ନିକଟତମ ଷ୍ଟେସନ ନାହରାଲାଗୁନ ୧୦୦ କି.ମି ଓ ନାଁର୍ଥ ଲଖୀମପୁର ୧୧୭ କି.ମି ଦୂରରେ ଅବସ୍ଥିତ। ୨ଟି ରେଳକୁ ବଦଳାଇ ଏଠାକୁ ଯାଇ ହେବ। ଗୌହାଟି ଠାରୁ ଏଠାକୁ ନିୟମିତ ରେଳ ମଧ୍ୟ ଯାଉଛି। ଗୌହାଟି ଠାରୁ ଏଠାକୁ ନିୟମିତ ବସ ମଧ୍ୟ ଯାଉଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories