www.samajalive.in
Monday, December 8, 2025
13.1 C
Bhubaneswar

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଗତ ବୁଧବାର ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସର ଡେମୋକ୍ରାଟ ସାଂସଦମାନେ ଟ୍ରମ୍ପଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଏହି ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଏହା ଉପରେ ଆସନ୍ତା କାଲି ଅର୍ଥାତ ବୁଧବାର ମତଦାନ ହୋଇପାରେ।

ପ୍ରସ୍ତାବ ଆଗତ ହେବା ପରେ ପ୍ରତିନିଧି ସଭାର ସଂଖ୍ୟାଗରିଷ୍ଠ ନେତା ଷ୍ଟେନୀ ହୋୟର କହିଛନ୍ତି, ଯଦି ଏହି ପ୍ରସ୍ତାବ ପାରିତ ହୋଇଯିବ, ତେବେ ଟ୍ରମ୍ପ ପ୍ରଥମ ରିପବ୍ଲିକାନ ରାଷ୍ଟ୍ରପତି ହେବେ, ଯାହାଙ୍କୁ ଦୁଇଥର ମହାଭିଯୋଗର ସାମ୍ନା କରିବାକୁ ପଡ଼ିବ। ଅନ୍ୟପଟେ ଏହି ପ୍ରସ୍ତାବକୁ ବିରୋଧ କରି ରିପବ୍ଲିକାନ୍‌ ପାର୍ଟି  ସାଂସଦ ଆଲେକ୍ସ ମୁନେ କହିଛନ୍ତି, ସଂସଦ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଦେବା ଉଚିତ।

- Advertisement -

ପ୍ରତିନିଧି ସଭାର ଅଧ୍ୟକ୍ଷ ନ୍ୟାନ୍ସି ପେଲୋସୀ ଗୃହରେ ଅଭିଯୋଗକୁ ଡ୍ରାଫ୍ଟ କରିବା ପୂର୍ବରୁ କହିଛନ୍ତି, ଆମ ସମ୍ବିଧାନ ଏବଂ ଲୋକତନ୍ତ୍ରର ରକ୍ଷା କରିବା ପାଇଁ ଆମକୁ ତତ୍କାଳ ପଦକ୍ଷେପ ନେବାକୁ ପଡ଼ିବ, କାରଣ ରାଷ୍ଟ୍ରପତି ଟ୍ରମ୍ପ ପଦବୀରେ ରହିଲେ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହେବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories