www.samajalive.in
Saturday, December 6, 2025
23.1 C
Bhubaneswar

ରାହୁଲ ଗାନ୍ଧିଙ୍କ ସମସ୍ତ କଥା ମିଛ: ଅରୁଣ ଜେଟଲୀ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ରାଜିନାମା ଏବଂ ନନ ପରଫରମିଂ ଆସେଟ୍‍ସ (ଏନ୍‍ପିଏ)କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିବା ସହ ‘ମୁର୍ଖ ରାଜକୁମାର (କ୍ଲାଇନ ପ୍ରିନ୍ସ) ବୋଲି ସମ୍ବୋଧିତ କରିଛନ୍ତି। ଜେଟଲୀ କହିଛନ୍ତି ଯେ ମୁର୍ଖ ରାଜକୁମାର ରାହୁଲ ଗାନ୍ଧି ବାରମ୍ବାର ରାଫେଲ ଏବଂ ଏନ୍‍ପିଏକୁ ନେଇ ମିଛ କହି ଆସୁଛନ୍ତି। ରାହୁଲଙ୍କ ରଣନୀତି ହେଲା ଗୋଟିଏ ମିଥ୍ୟା ଅଭିଯୋଗ ଗଢିବା ଓ ତାକୁ ବାରମ୍ବାର କହିବା। ଜେଟଲୀ ଫେସ୍‍ବୁକ୍‍ର ନିଜ ବ୍ଲଗରେ ଏହା ଲେଖିଛନ୍ତି। ରାହୁଲ ରାଫେଲ ରାଜିନାମା ଏବଂ ୧୫ ଉଦ୍ୟୋଗପତିଙ୍କୁ ମୋଦୀ ସରକାର ଦେଢ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିବା ନେଇ ମିଥ୍ୟା କହୁଛନ୍ତି। ଏହି ଦୁଇ ମାମଲାରେ ରାହୁଲଙ୍କ ପ୍ରତ୍ୟକ ଶବ୍ଦ ମିଥ୍ୟା ଅଟେ। ଏପରିକି ଏନ୍‍ପିଏ ନେଇ ରାହୁଲ ମିଛ କହୁଛନ୍ତି। ୟୁପିଏ ସରକାର ଯିବା ସମୟରେ ୨୦୧୪ ବେଳକୁ ଏନପିଏ ୨.୫ ଲକ୍ଷ କୋଟି ଟଙ୍କା ଥିଲା ବୋଲି ରାହୁଲ କହୁଛନ୍ତି। ମାତ୍ର ସେତେବେଳେ ଏନ୍‍ପିଏ ୮.୯୬ କୋଟି ଟଙ୍କା ଥିଲା ବୋଲି ୨୦୧୫ରେ ବ୍ୟାଙ୍କ ଆସେଟ୍‍ କ୍ୱାଲିଟି ରିଭ୍ୟୁରୁ ଜଣାପଡିଥିଲା। ଏନ୍‍ପିଏ ହ୍ରାସ ପାଇଁ ୟୁପିଏ ସରକାର କୌଣସି ପଦକ୍ଷେପ ନେଇ ନଥିଲା, ଯାହାର ପରିଣାମ ପରବର୍ତ୍ତୀ ସମୟରେ ପଡିଥିଲା ବୋଲି ଜେଟଲୀ ଅଭିଯୋଗ କରିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories