www.samajalive.in
Monday, December 15, 2025
26.1 C
Bhubaneswar

ରିଲିଜ୍ ହେଲା ‘ମୋଦୀ ସରକାର ତୀସ୍‌ରି ବାର’ ଗୀତ, ଲଞ୍ଚ୍‌ କଲେ ଅରୁଣ ଗୋଭିଲ ଓ ଅନୁପ ଜଲୋଟା

ମୁମ୍ବଇ: ଦେଶରେ ଲଗାତର ତୃତୀୟ ଥର ପାଇଁ ମୋଦୀ ସରକାର ଗଠନ ହୋଇଛି। ଏହି ଖାସ୍‌ ଅବସରରେ ଏକ ଖାସ୍‌ ଗୀତ ‘‘ମୋଦୀ ସରକାର ତୀସରି ବାର’’ ତିଆରି କରିଛନ୍ତି ଗାୟକ ତଥା ସଙ୍ଗୀତ ନିର୍ଦେଶକ ରାମ ଶଙ୍କର। ଏହି ଗୀତକୁ ଅରୁଣ ଗୋଭିଲ ଓ ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ କରକମଳରେ ମୁମ୍ବଇରେ ଲଞ୍ଚ୍‌ କରାଯାଇଛି। ଏହି ଅବସରରେ ସଙ୍ଗୀତକାର ଦିଲୀପ ସେନ୍‌, ଗାୟକ ସଲମାନ ଅଲିଙ୍କ ସମେତ ଅତିଥିଗଣ ଉପସ୍ଥିତ ଥିଲେ।

ଏହି ଗୀତ ପାଇଁ ରାମ ଶଙ୍କରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଅରୁଣ ଗୋଭିଲ କହିଛନ୍ତି ଯେ, ମୋଦୀ ସରକାର ତୀସରି ବାର ବହୁତ ଭଲ ଗୀତ ହୋଇଛି। ଏହି ଗୀତ ପାଇଁ ମୁଁ ରାମ ଶଙ୍କର ଏବଂ ଗୀତର ପୁରା ଟିମ୍‌କୁ ଅଭିନନ୍ଦନ ଜଣାଉଛି।

- Advertisement -

ପଦ୍ମଶ୍ରୀ ଅନୁପ ଜାଲୋଟା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଅବସରରେ ରାମ ଶଙ୍କର ଏହି ସୁନ୍ଦର ଗୀତ ପ୍ରସ୍ତୁତ କରିଛନ୍ତି। ମୋଦୀ ସରକାର ଗତ ୧୦ ବର୍ଷ ମଧ୍ୟରେ ଅନେକ ବଡ କାର୍ଯ୍ୟ କରିଛନ୍ତି ଏବଂ ଆସନ୍ତା ୫ ବର୍ଷରେ ସେ ଆହୁରି ଅନେକ ବଡ ବଡ କାର୍ଯ୍ୟ କରିବେ।

ରାମ ଶଙ୍କର କହିଛନ୍ତି ଯେ, ଆରମ୍ଭରୁ ମୁଁ ମୋଦୀ ଜୀଙ୍କର ଜଣେ ବଡ଼ ପ୍ରଶଂସକ। ଦୀର୍ଘ ଦିନ ଧରି ତାଙ୍କ ଉପରେ ଏକ ଗୀତ କରିବାକୁ ମୋର ଇଚ୍ଛା ଥିଲା। ମୋଦୀ ସରକାର ତୀସରି ବାର ତାଙ୍କ ଅତୁଳନୀୟ ଅବଦାନକୁ ଦର୍ଶାଉଥିବା ଗୀତ। ମୁଁ ଅରୁଣ ଗୋଭିଲ ଏବଂ ଭଜନ ସମ୍ରାଟ ଅନୁପ ଜଲୋଟା ଜୀଙ୍କୁ ମୋର ଅଶେଷ କୃତଜ୍ଞତା ଜଣାଉଛି। ବ୍ରାଇଟ୍‌ ଆଉଟଡୋର ​​ମିଡିଆର ଯୋଗେଶ ଲଖାନୀଙ୍କୁ ମଧ୍ୟ ଧନ୍ୟବାଦ।

ସଂଗୀତକାର ଦିଲୀପ ସେନ୍ କହିଛନ୍ତି, ରାମ ଶଙ୍କରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଗୀତ ଶତାବ୍ଦୀ ଧରି ସ୍ମରଣୀୟ ହୋଇ ରହିବ। ମୋଦୀ ସରକାର ତୀସ୍‌ରି ବାର ଏହି ଟାଇଟଲ୍ ହିଁ ନିଜେ ହିଟ୍ ଏବଂ ଗାୟକମାନେ ଏହାକୁ ଅତି ସୁନ୍ଦର ଭାବେ ପରିବେଷଣ କରିଛନ୍ତି।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories