www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟ ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଡ୍ରୋନ୍‌‌ ‘ନାଗାସ୍ତ୍ର-୧’: ଆତଙ୍କୀଙ୍କ ଉପରେ କରିବ ଏୟାରଷ୍ଟ୍ରାଇକ୍‌‌

ସମାଜ ଡିଜିଟାଲ ଡେସ୍କ: ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗକୁ ବଢିଛି ଭାରତର ପ୍ରତିରକ୍ଷା ବିଭାଗ। ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍‌‌ ‘ନାଗାସ୍ତ୍ର-୧’। ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ୍‌‌ ମିଳିଛି। ଏହି ଡ୍ରୋନ୍‌‌ ଜରିଆରେ ଶତ୍ରୁ ପକ୍ଷ ଉପରେ ଏୟାରଷ୍ଟ୍ରାଇକ୍‌‌ କରିବାକୁ ବେଶ ସହାୟକ ହେବ। ଏବେ ଏୟାର ଷ୍ଟ୍ରାଇକ୍‌‌ ପାଇଁ ଫାଇଟର ଜେଟର ଆବଶ୍ୟକତା ପଡିବ ନାହିଁ। ନାଗାସ୍ତ୍ର-୧କୁ ଧରିପାରିବନି ରାଡାର। ବଙ୍କର, କ୍ୟାମ୍ପକୁ କରିବ ଧ୍ୱଂସ। ତେବେ ସେନାକୁ ମୋଟ ୪୫୦ଟି ଡ୍ରୋନ୍‌‌ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଭାରତ-ଚୀନ ସୀମା ଘାଟିରେ ଏହାର ପରୀକ୍ଷଣ କରାଯାଇଛି। ୧ରୁ ୪କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା ଏହି ଡ୍ରୋନ୍‌‌।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories