www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦ୍ରୀୟ ପେନସନ ପାଉଥିବା କଳାକାରଙ୍କ କୃତଜ୍ଞତା ଜ୍ଞାପନ

ଯାଜପୁର: ଯାଜପୁର ଜିଲ୍ଲା ଲୋକ କଳାରେ ଏକ ସମୃଦ୍ଧ ଜିଲ୍ଲା। ଚଳିତ ୨୦୨୧-୨୨ ବର୍ଷରେ ଜିଲ୍ଲାର ୨୧୩ ଜଣ କଳାକାର କେନ୍ଦ୍ରୀୟ କଳାକାର ଯୋଜନାରେ ସାମିଲ ହେବା ଜିଲ୍ଲା ପାଇଁ ଗୌରବର କଥା। ତେବେ ଜିଲ୍ଲା ପ୍ରଶାସନର ସହଯୋଗ, କଳାକାରମାନଙ୍କ ପ୍ରତି ସମ୍ବେଦନଶୀଳତା ଓ ତତକ୍ଷଣାତ ଆବେଦନପତ୍ରକୁ କେନ୍ଦ୍ରକୁ ପ୍ରେରଣ ଯୋଗୁଁ କଳାକାରମାନେ ଉପକୃତ ହୋଇ ପାରୁଛନ୍ତି ବୋଲି କଳାକାରମାନେ ମତ ଦିଅନ୍ତି। ଏହି ସହଯୋଗ ପାଇଁ କେନ୍ଦ୍ରୀୟ ସହାୟତା ପାଇଥିବା କଳାକାର ଓ ଅନ୍ୟାନ୍ୟ କଳାକାରମାନେ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ କଳାକାରମାନେ ସାକ୍ଷାତ କରି ଓ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି।

ସେହିପରି ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ୟ୍ୟୋଧନ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀଙ୍କୁ କଳାକାରମାନେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପାଲା ଗୁରୁ ତଥା ଉପଦେଷ୍ଟା ଦାଶରଥି ମିଶ୍ର, ରବି ନାରାୟଣ କର, ପ୍ରସନ୍ନ କର, ଭରତ ଚନ୍ଦ୍ର ଶତପଥୀ, ବାଟକୃଷ୍ଣ ସାହୁ, ନାରାୟଣ ଶତପଥୀ ଓ ବନମାଳୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଜିଲ୍ଲାରୁ ୨୦୧୯-୨୦ ରେ ୫୩ ଓ ୨୦୨୦-୨୧ ରେ ୯୩ ଜଣ କେନ୍ଦ୍ର କଳାକାର ଯୋଜନାରେ ସାମିଲ ହୋଇ ମାସିକ ୪୦୦୦ ଟଙ୍କା ଲେଖାଏଁ କେନ୍ଦ୍ର କଳାକାର ସହାୟତା ହିସାବରେ ପାଉଛନ୍ତି। ଏପରିକି ଚଳିତ ବର୍ଷ ସମଗ୍ର ରାଜ୍ୟରୁ ୧୨୬୬ ଜଣ ପାଇଥିବା ବେଳେ କେବଳ ଯାଜପୁର ଜିଲ୍ଲାରୁ ୨୧୩ ଜଣ କେନ୍ଦ୍ର କଳାକାର ସହାୟତା ପାଇଛନ୍ତି। ବିଗତ ବର୍ଷ ମଧ୍ୟ ସମଗ୍ର ରାଜ୍ୟରେ ୩୪୧ ଜଣ ପାଇଥିବା ବେଳେ କେବଳ ଯାଜପୁର ଜିଲ୍ଲାରୁ ୯୩ ଜଣ କଳାକାର ଉପକୃତ ହୋଇଥିଲେ ବୋଲି ଉପଦେଷ୍ଟା ଦାଶରଥି ମିଶ୍ର ସୂଚନା ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories