www.samajalive.in
Saturday, December 6, 2025
14.1 C
Bhubaneswar

ଆର୍ଟ ଅଫ୍‍ ଗିଭିଂକୁ ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଟେଲରିଜ୍‍ ନେଟ୍‍ୱାର୍କ ଓ ମାକ୍‍ଜନତ୍‍ ଫାଉଣ୍ଡେସନ୍‍ ଦ୍ୱାରା ପ୍ରତିବର୍ଷ ମାନବିକତା ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ମୂଲ୍ୟାୟନ କରି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୨୧ମସିହାରେ ୧୫ଟି ଦେଶରୁ ୨୮ଟି କାର୍ଯ୍ୟକ୍ରମ ମଧ୍ୟରୁ ୮ଟି ଦେଶର ୧୦ଟି ବିଶ୍ୱବିଦ୍ୟାଳୟକୁ ମାକ୍‍ଜନତ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମନୋନୀତ କରାଯାଇଛି। ସେଥି ମଧ୍ୟରୁ ଭାରତର ‘ଆର୍ଟ୍‍ ଅଫ୍‍ ଗିଭିଂ’ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପୁରସ୍କାର ପାଇଁ ଦକ୍ଷିଣ ଆଫ୍ରିକାର ରୋଡେସ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡର ୟୁନିଭର୍‍ସିଟି ଅଫ୍‍ ମାଞ୍ଚେଷ୍ଟର ତୃତୀୟ ସ୍ଥାନରେ ରହିଛି। ପୁରସ୍କାର ବାବଦକୁ ୫ହଜାର ଆମେରିକାନ୍‍ ଡଲାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ମାକ୍‍ଜନତ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଏହି ରାଶି କିସ୍‍ ଫାଉଣ୍ଡେସନ୍‍କୁ ପ୍ରେରଣ କରାଯାଇଛି। ଶ୍ରୀ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମ ୨୦୧୩ ମସିହାରୁ ସମାଜର ବିଭିନ୍ନ କଲ୍ୟାଣମୂଳକ, ଗଠନମୂଳକ ଓ ସଂସ୍କାରମୂଳକ କାର୍ଯ୍ୟ କରିଆସୁଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି, ‘ଆର୍ଟ ଅଫ୍‍ ଗିଭିଂ’କୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories