କଟକ: ପୁରୀଘାଟ ସ୍ଥିତ ବଙ୍ଗାଳି ସାହି ହଜାରୀ ଲେନ୍ରୁ ଜଣେ ଲୁଟେରା ବାବା ଗିରଫ ହୋଇଛି। ପୂର୍ବରୁ ବଶୀକରଣ କରି ଗହଣା ଲୁଟ୍ କରୁଥିବା ବାବାଙ୍କ ନାମରେ ଅଭିଯୋଗ ହୋଇଥିଲା। ଆଜି ସ୍ଥାନୀୟ ଲୋକେ ଯୋଜନା କରି ବାବାଙ୍କୁ ହଜାରୀ ଲେନ୍କୁ ଡାକିଥିଲେ। ପୁଣି ଲୋକଙ୍କୁ ଫୁସୁଲାଇ ଗହଣା ଲୁଟ୍ କରୁଥିବା ବେଳେ ସ୍ଥାନୀୟ ଲୋକ ତାକୁ କାବୁ କରିଥିଲେ। ପରେ ବାବାଙ୍କୁ ବାନ୍ଧି ପକାଇ ପୁରୀଘାଟ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୁଟେରା ବାବାକୁ ଗିରଫ କରିଛି।
Popular Categories



