www.samajalive.in
Saturday, December 6, 2025
26.1 C
Bhubaneswar

ପିଉସୀକୁ ତଣ୍ଟି ଚିପି ହତ୍ୟା କରି ପୁତୁରା ଗିରଫ

ନୀଳଗିରି: ଜମିଜମା ବିବାଦକୁ କେନ୍ଦ୍ରକରି ପିଉସୀଙ୍କୁ ତାଙ୍କୁ ପୁତୁରା ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମଛୁଆ ଗାଁର ମମତା ସିଂ (୪୫)ନାମକ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ବାପ ଘରେ ରହି ଆସୁଥିଲେ। ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ସୋମବାର ରାତିରେ ତାଙ୍କ ପୁତୁରା ବିଜୁ ସିଂ (୨୫) ଏକ ଗାମୁଛାରେ ପିଉସୀ ବେକକୁ ଚିପି ହତ୍ୟା କରିଥିଲେ। ପିଉସୀ ମରିଯିବା ଜାଣିବା ପରେ ସେ ତାକୁ କାନ୍ଧରେ ବୋହି ନିକଟସ୍ଥ ଜଙ୍ଗଲରେ ପିଙ୍ଗି ତା’ ଉପରେ ଡାଳପତ୍ର ଢ଼ାଙ୍କି ଦେଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଜଙ୍ଗଲରେ ଶବ ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ସବଇନ୍ସପେକ୍ଟର ଗଣେଶ ଚନ୍ଦ୍ର ତ୍ରିପାଠୀ, ବାସୁଦେବ ଜୟସିଂ ପ୍ରମୁଖ ଘଟଣାସ୍ଥଳକୁ ତଦନ୍ତରେ ଯାଇଥିଲେ। ଏହି ଘଟଣା ଭିଆଇବା ପରେ ଅଭିଯୁକ୍ତ ପୁତୁରା ଅଯୋଧ୍ୟା ନିକଟସ୍ଥ ବରିପାଳ ଗାଁର ଜଣେ ସମ୍ପର୍କୀଙ୍କ ଘରେ ଲୁଚି ରହିଥିଲା। ପୁଲିସ କୌଣସି ସୂତ୍ରରୁ ଖବରପାଇ ସମ୍ପୃକ୍ତ ହତ୍ୟାକାରୀକୁ ଗିରଫ କରିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories