www.samajalive.in
Saturday, December 13, 2025
21.1 C
Bhubaneswar

ଚନ୍ଦ୍ରବାବୁଙ୍କ ବିରୋଧରେ ଗିରଫ ପରୱାନାକୁ ନେଇ ବିକ୍ଷୋଭ ଡାକରା

ହାଇଦରାବାଦ : ଗୋଦାବରୀ ନଦୀରେ ବାବଲି ପ୍ରକଳ୍ପ ବିରୋଧରେ ୨୦୧୦ରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ମହାରାଷ୍ଟ୍ରର ଏକ ଅଦାଲତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଅନ୍ୟ ୧୫ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ସେପ୍ଟେମ୍ବର ୨୧ରେ କୋର୍ଟରେ ହାଜର ହେବାକୁ ସେମାନଙ୍କୁ ଧରମବଦର ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଏନ୍‍ଆର୍‍ ଗଜଭିୟେ ନିର୍ଦେଶ ଦେଇଛନ୍ତି। ଏହି ଘଟଣାକୁ ଚନ୍ଦ୍ରବାବୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଧ୍ର ସମେତ ତେଲଙ୍ଗାନାରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ପକ୍ଷରୁ ଆହ୍ୱାନ କରାଯାଇଛି। ଟିଡିପିକୁ ଧମକାଇବା ଉଦ୍ଦେଶ୍ୟରେ ବିଜେପିର ରାଜନୈତିକ ଷଡ଼ଯନ୍ତ୍ରକ୍ରମେ ଯେଉଁ ଗିରଫ ପରୱାନାର ସମୟସୀମା ଶେଷ ହୋଇଯାଇଥିଲା ତାହାକୁ ନବୀକରଣ କରାଯାଇଛି ବୋଲି ଟିଡିପିର ତେଲଙ୍ଗାନା ମୁଖ୍ୟ ଏଲ୍‍. ରମଣ ଦର୍ଶାଇଛନ୍ତି। ନିର୍ଦେଶ ଅନୁଯାୟୀ ନାଇଡୁ ଓ ଅନ୍ୟ ନେତାମାନେ ଅଦାଲତରେ ହାଜର ହେବେ ବୋଲି ନାଇଡୁଙ୍କ ପୁତ୍ର ତଥା ରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଏନ୍‍. ଲୋକେଶ କହିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories