www.samajalive.in
Saturday, December 13, 2025
26.1 C
Bhubaneswar

କୁମ୍ଭ ମେଳା ପାଇଁ ହଟିଲା ନେହରୁଙ୍କ ପ୍ରତିମୂର୍ତ୍ତି

ଆହ୍ଲାବାଦ : କୁମ୍ଭ ମେଳା ପାଇଁ ଆହ୍ଲାବାଦର ବାଲସାନ ଚଉରାହାଠାରେ ଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାର ଲାଲ ନେହରୁଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ଜାନୁଆରୀରେ ଅନୁଷ୍ଠିତ ହେବାକୁଥିବା କୁମ୍ଭ ମେଳା ସକାଶେ ସହରର ସୌନ୍ଦର୍ଯ୍ୟକରଣ କରିବା ଉଦ୍ଦେଶ୍ୟରେ ଏହି ପ୍ରତିମୂର୍ତ୍ତି ହଟାଇ ସ୍ଥାନୀୟ ଆନନ୍ଦ ଭବନଠାରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ନେଇ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି। ଏହି ପ୍ରତିମୂର୍ତ୍ତି ହଟାଇବା ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ପୂର୍ଣ୍ଣ ଅସମ୍ମାନ ପ୍ରଦର୍ଶନ କରାଯାଇଛି ବୋଲି ଦଳ ପକ୍ଷରୁ ଦର୍ଶାଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଥିବା ଦର୍ଶାଇ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ମୂର୍ତ୍ତି ହଟା କାର୍ଯ୍ୟରେ ନିୟୋଜିତ କ୍ରେନ୍‍କୁ ଅଟକାଇବା ସହିତ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଅନ୍ୟପଟେ ଦିନ ଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି କାହିଁକି ହଟାଗଲା ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories