www.samajalive.in
Monday, December 8, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା : ୩୯ କୋଟି ଗରିବଙ୍କୁ ୩୪,୮୦୦ କୋଟି ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେପି)ରେ ଗତ ୪ ତାରିଖ ସୁଦ୍ଧା ଦେଶର ୩୯ କୋଟି ଦରିଦ୍ର ଲୋକଙ୍କୁ ୩୪,୮୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି । କୋଭିଡ-୧୯ର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ ହେବା ପରେ ଗରିବ ଲୋକଙ୍କୁ ଏହାର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ ୨୬ରେ ଏହି ଯୋଜନାର ଘୋଷଣା କରିଥିଲେ ।
ପିଏମଜିକେପିର ଅଂଶ ସ୍ୱରୂପ ଦେଶର ଗରିବ, ବରିଷ୍ଠ ନାଗରିକ, କୃଷକ ଓ ମହିଳାମାନଙ୍କୁ ମାଗଣା ଖାଦ୍ୟ ଶସ୍ୟ ଓ ଅର୍ଥ ସହାୟତା ଯୋଗାଇ ଦିଆଯାଉଛି । ଏହି ଯୋଜନା ଘୋଷଣା ହେବା ମାତ୍ରେ ତତ୍କାଳ ଏହାକୁ କାର୍ୟ୍ୟକାରୀ କରାଯାଇଥିଲା । ଯୋଜନାର ରୂପାୟନ ପ୍ରକ୍ରିୟାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବେ ତଦାରଖ କରୁଛନ୍ତି । ଏହି ସହାୟତା ବ୍ୟବସ୍ଥା ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ଯେପରି ଅବିଳମ୍ବେ ବିନା ବାଧାରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ ଅର୍ଥ ମନ୍ତ୍ରଣାଳୟ, ଅନ୍ୟାନ୍ୟ ସଂପୃକ୍ତ ମନ୍ତ୍ରଣାଳୟ, କ୍ୟାବିନେଟ ସେକ୍ରେଟାରିଏଟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ।

FILE PIC

ହିତାଧିକାରୀଙ୍କ ପାଖରେ ଅର୍ଥ ରାଶି ସିଧାସଳଖ ପହଞ୍ଚାଇବା ପାଇଁ ଫିନଟେକ ଓ ଡିଜିଟାଲ ଟେକ୍ନୋଲଜିକୁ ନିୟୋଜିତ କରାଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ବା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯାଇଛି । ଏହା ଫଳରେ ଅର୍ଥର ବାଟ ମାରଣା ଓ ଅପଚୟ ସମ୍ଭାବନା ଦୂର ହୋଇଛି । ଆହୁରି ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଏହି ଅର୍ଥ ଜମା ହେଉଥିବାରୁ ସେମାନଙ୍କୁ ବ୍ୟାଙ୍କକୁ ଯିବାକୁ ପଡୁନାହିଁ ।
ଏହି ସହାୟତା ଯୋଗାଣରେ ବର୍ତ୍ତମାନ ସୁଦ୍ଧା ଯେଉଁ ପ୍ରଗତି ହାସଲ କରାଯାଇଛି ତାହା ହେଉଛି : –
• ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତି ହିସାବରେ ୧୬,୩୯୪ କୋଟି ଟଙ୍କା ୮.୧୯ କୋଟି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ।
• ଜନଧନ ଆକାଉଣ୍ଟଧାରୀ ମହିଳାମାନଙ୍କ ମଧ୍ୟରୁ ୨୦.୦୫ କୋଟି ହିତାଧିକାରରୀ (୯୮.୩୩%)ଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ମୋଟ ୧୦,୦୨୫ କୋଟି ଟଙ୍କା ପଠାଯାଇଛି । କଷ୍ଟମର ଇନଡ୍ୟୁସଡ ଟ୍ରାନଜାକସନ ବ୍ୟବସ୍ଥାରେ ଯେଉଁ ଜନଧନ ମହିଳା ଆକାଉଣ୍ଟଧାରୀଙ୍କ ଜମା ଖାତା ଡେବିଟ ହୋଇଛି ସେମାନଙ୍କ ସଂଖ୍ୟା ୮.୭୨ କୋଟି (୪୪%) । ମେ ୫ ତାରିଖ ସୁଦ୍ଧା ୫.୫୭ କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତିରେ ୨,୭୮୫ କୋଟି ଟଙ୍କା ପ୍ରେରଣ କରାଯାଇଛି ।
• ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଆଦି ୨.୮୨ କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ ୧୪୦୫ କୋଟି ଟଙ୍କା ସହାୟତା ଆକାରରେ ପଠାଯାଇଛି ।
• ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨.୨୦ କୋଟି ଶ୍ରମିକ ମୋଟ ୩୪୯୨.୫୭ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଛନ୍ତି ।
• ଏ ପର୍ୟ୍ୟନ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ରୀୟ ଭଣ୍ଡାରରୁ ୬୭.୬୫ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉଠାଇଛନ୍ତି । ସେଥି ମଧ୍ୟରୁ ୩୦.୧୬ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଏପ୍ରିଲ ମାସ ପାଇଁ ୬୦.୩୩ କୋଟି ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ଏହା ଛଡା ଚଳିତ ମେ ମାସ ନିମନ୍ତେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ୧୨.୩୯ କୋଟି ହିତାଧିକାରୀଙ୍କୁ ୬.୧୯ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଇତି ମଧ୍ୟରେ ବାଣ୍ଟିସାରିଲେଣି ।
• ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨.୪୨ ମେଟ୍ରିକ ଟନ ଡାଲି ପଠାଯାଇସାରିଛି । ମୋଟ ୧୯.୪ କୋଟି ହିତାଧିକାରୀ ପରିବାରଙ୍କ ମଧ୍ୟରୁ ୫.୨୧ କୋଟି ପରିବାର ଏହି ଡାଲି ପାଇସାରିଲେଣି ।
• ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫.୦୯ କୋଟି ଗ୍ୟାସ ସିଲିଣ୍ଡର ଇତି ମଧ୍ୟରେ ବୁକିଂ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪.୮୨ ମାଗଣା ସିଲିଣ୍ଡର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ।
• ଇପିଏଫଓ ଯୋଜନାରେ ୯.୬ ଲକ୍ଷ ସଦସ୍ୟ ଇତି ମଧ୍ୟରେ ଅନଲାଇନ ଅର୍ଥ ଉଠାଣ ବ୍ୟବସ୍ଥାରେ ୨୯୮୫ କୋଟି ଟଙ୍କାର ନନରିଫଣ୍ଡେବଲ ଅଗ୍ରୀମ ଅର୍ଥ ଉଠାଇଛନ୍ତି । ସେମାନଙ୍କୁ ଅଗ୍ରୀମ ଉଠାଣ ପାଇଁ ହଇରାଣ ହେବାକୁ ପଡିନାହିଁ ।
• ଇପିଏଫଓ ବାବଦ ୨୪ ଶତାଂଶ ଅଂଶ ପ୍ରଦାନ ବ୍ୟବସ୍ଥାରେ ୪୪.୯୭ ଲକ୍ଷ କର୍ମଚାରୀଙ୍କ ପାଇଁ ସେମାନଙ୍କ ଆକାଉଣ୍ଟକୁ ୬୯୮ କୋଟି ଟଙ୍କା ଯାଇଛି ।
• MGNREGAରେ ମଜୁରି ବୃଦ୍ଧି କରାଯାଇ ତାହା ଚଳିତ ବର୍ଷ ପାଇଁ ଲାଗୁ କରାଯାଇଛି । ଏଥିପାଇଁ ଏପ୍ରିଲ ପହିଲାରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଏହି ଯୋଜନାରେ ମୋଟ ୫.୯୭ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ମଜୁରି ଓ ସାମଗ୍ରୀ ବାବଦ ବାକିଥିବା ଅର୍ଥ ପ୍ରଦାନ ନିମନ୍ତେ ରାଜ୍ୟମାନଙ୍କୁ ୨୧,୦୩୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।
• ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡିକରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଇଛି । ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଏଥିପାଇଁ ମୋଟ ୨୨.୧୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ବୀମାଭୁକ୍ତ କରିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories