ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିଲାନି:ଫେସବୁକ ଲାଇଭରେ ଆତ୍ମହତ୍ୟା

0

ଲକ୍ଷ୍ନୌ: ଆଗ୍ରା ଜିଲାର ଜଣେ ଯୁବକ ସେନାରେ ଭର୍ତ୍ତି ହେବାର ସୁଯୋଗ ନମିଳିବାରୁ ଶେଷରେ ଆତ୍ମହତ୍ୟା କରିଛନ୍ତି। ଏଏନଆଇ ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ ମୁନା ନାମକ ଏହି ଯୁବକ ସେନାରେ ଭର୍ତ୍ତି ହେବା ସୁଯୋଗରୁ ବଞ୍ଚିତ ହେବାରୁ ସୋସିଆଲ ମିଡିଆରେ ସମସ୍ତଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ। ମୁନା ଆତ୍ମହତ୍ୟା କରୁଥିବାବେଳେ ଏକାଧିକ ବ୍ୟକ୍ତି ଏହି ଦୃଶ୍ୟକୁ ଦେଖିଥିଲେ। ଏଭଳି ଘଟଣା ଆଗ୍ରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ପକ୍ଷରୁ ମୃତ ଶରୀରକୁ ଜବତ କରାଯିବା ସହ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଅପରପକ୍ଷରେ ମୁନାଙ୍କ ଫେସବୁକ ଆକାଉଣ୍ଟକୁ ପୁଲିସ ତଦନ୍ତ କରୁଛି।

Leave A Reply