www.samajalive.in
Saturday, December 6, 2025
15.1 C
Bhubaneswar

ଜେନେରାଲ୍‍ ନରୱଣେଙ୍କୁ ‘ଜେନେରାଲ୍‍ ଅଫ୍‍ ଦ ନେପାଳି ଆର୍ମି’ ସମ୍ମାନ ପ୍ରଦାନ

ସ୍ଥଳସେନା ମୁଖ୍ୟ ଜେନେରାଲ୍‍ ମନୋଜ ମୁକୁନ୍ଦ ନରୱଣେଙ୍କୁ ନେପାଳ ସରକାର ସମ୍ମାନ ସୂଚକ ଉପାଧି ‘ଜେନେରାଲ୍‍ ଅଫ୍‍ ଦ ନେପାଳି ଆର୍ମି’ରେ ସମ୍ମାନିତ କରିଛନ୍ତି। ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ କାଠମାଣ୍ଡୁରେ ଆୟୋଜିତ ଏକ ଉତ୍ସବରେ ଏହି ସମ୍ମାନସୂଚକ ଉପାଧି ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଭଣ୍ଡାରୀ ଜେନେରାଲ୍‍ ନରୱଣେଙ୍କୁ ଏକ ଖଣ୍ଡା ଏବଂ ଉପାଧି ପ୍ରଦାନ କରିଥିଲେ। ଏହି ଉତ୍ସବରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିନୟ ଏମ୍‍. କ୍ୱାତ୍ରା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ରାଷ୍ଟ୍ରପତି ଶ୍ରୀମତୀ ଭଣ୍ଡାରୀଙ୍କ ସହ ଉଭୟ ସେନାମୁଖ୍ୟ ଏବଂ ଭାରତୀୟ ଉଚ୍ଚାୟୁକ୍ତ ଆଲୋଚନା କରିଥିଲେ।

ଏହି ଆଲୋଚନାରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋକପାତ କରାଯାଇଥିଲା। ଏକ ପରମ୍ପରା ଅନୁଯାୟୀ ସାତ ଦଶନ୍ଧି ଧରି ଉଭୟ ଦେଶ ଅନ୍ୟ ଦେଶର ସେନାମୁଖ୍ୟଙ୍କୁ ଏଭଳି ସମ୍ମାନସୂଚକ ଉପାଧି ପ୍ରଦାନ କରିଥାନ୍ତି। ଏହା ପୂର୍ବରୁ ସକାଳେ ନେପାଳର ରାଜଧାନୀରେ ଜେନେରାଲ ନରୱଣେ ବୀର ସ୍ମାରକ ସ୍ମୃତିସ୍ଥଳ ଗସ୍ତ କରି ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଭାରତ ସରକାରଙ୍କ ପକ୍ଷରୁ ଦୁଇଟି ନେପାଳି ସେନା ଡାକ୍ତରଖାନାକୁ ଏକ୍ସ-ମେସିନ୍‍, ରେଡ଼ିଓଗ୍ରାଫି, ଆଇସିୟୁ ଭେଣ୍ଟିଲେଟର୍‍ ଏବଂ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories