୪୩ବର୍ଷ ପୂର୍ବେ ଆଜିର ଦିନରେ ମହାକାଶକୁ ଯାଇଥିଲା ଆର୍ଯ୍ୟଭଟ୍ଟ
ନୂଆଦିଲ୍ଲୀ:ଭାରତୀୟ ସ୍ପେସ ରିସାର୍ଚ ଅର୍ଗାନାଇଜେସନ(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ପ୍ରଥମ ମହାକାଶ ଯାନ ୪୩ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ମହାକାଶକୁ ପ୍ରେରଣ କରାଯାଇ ଥିଲା। ୩୬୦କିଲୋଗ୍ରାମର ଏହି ମହାକାଶ ଯାନର ନାମକରଣ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କରିଥିଲେ। ଭାରତର ସର୍ବପ୍ରଥମ ମହାକାଶଚାରୀ ତଥା ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ନାମରେ ଏହି ମହାକାଶଯାନକୁ ନାମିତ କରାଯାଇ ଥିଲା। ଏହି ମହାକାଶଯାନକୁ ରୁଷ ସହଯୋଗରେ ମହାକାଶକୁ ପ୍ରେରଣ କରାଯାଇ ଥିଲା। ଏହି ମହାକାଶଯାନ ମୁଖ୍ୟତଃ ସୌର ଶକ୍ତିରେ ପରିଚାଳିତ ହେଉଥିବା ବେଳେ ଏଥିରେ ସର୍ବପ୍ରଥମେ ଏକ୍ସ-ରେ ପ୍ରଯୁକ୍ତି ମାଧ୍ୟମରେ ମହାକାଶରେ ଗବେଷଣା କରିବାର ବ୍ୟବସ୍ଥା ରହିଥିଲା। ମହାକାଶର ଉତକ୍ଷେପଣ ୪ଦିନ ପୂର୍ବେ ହେବାର ଥିଲା କିନ୍ତୁ ଯାନ ମଧ୍ୟରେ ବୈଦ୍ୟୁତିକ ସରଞ୍ଜାମରେ ତ୍ରୁଟି ହେତୁ ଉତକ୍ଷେପଣ ଆଜିର ଦିନରେ କରାଯାଇ ଥିଲା। ଏଭଳି ଐତିହାସିକ ସଫଳତାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବେଶ୍ ଆଡ଼ମ୍ବର ସହ ପାଳନ କରାଯାଇ ଥିଲା। ଏଥିପାଇଁ ୨ଟଙ୍କିଆ ନୋଟ୍ରେ ଏହି ମହାକାଶ ଯାନର ଫଟୋକୁ ସ୍ଥାନ ଦିଆଯାଇ ଥିଲା। ଏପରିକି ୧ଟଙ୍କା ନୋଟର ନମ୍ବର ପାଖରେ ମଧ୍ୟ ଆର୍ଯ୍ୟଭଟ୍ଟକୁ ସ୍ଥାନ ମିଳିଥିଲା। ଏହି ପ୍ରକ୍ରିୟା ୧୯୭୬ରୁ ୧୯୯୭ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଦ୍ୱାରା ପୁନରାବୃତ୍ତି କରାଯାଇ ଥିଲା। ଏଥିପାଇଁ ଭାରତକୁ ୩କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇ ଥିବାବେଳେ ବାସ୍ତାବରେ ସାମାନ୍ୟ ଅଧିକ ଖର୍ଚ୍ଚ ହୋଇଥିଲା। ଦୀର୍ଘ ୧୭ ବର୍ଷ କାର୍ଯ୍ୟକାଳ ପରେ ୧୧ଫେବୃଆରୀ ୧୯୯୨ରେ ଆର୍ଯ୍ୟଭଟ୍ଟକୁ ପୁନଶ୍ଚ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇ ଥିଲା।