www.samajalive.in
Monday, December 15, 2025
26.1 C
Bhubaneswar

ବିଜେପିରେ ମିଶିଲେ ପାଲା ଗାୟକ ଅର୍ଜୁନ ଛତ୍ରିଆ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ଜିଲ୍ଲା ସଦର ମହକୁମା ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଶୁକ୍ରବାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିର ଅନୁସୂଚିତ ଜାତି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ପାଲା ଗାୟକ ଅର୍ଜୁନ ଛତ୍ରିଆଙ୍କ ସମେତ ଅନେକ ଲୋକ ବିଜେପିରେ ସାମିଲ ହୋଇଥିଲେ। କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଅର୍କ କେଶରୀ ସିଂଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ, ରାଜ୍ୟ ସରକାର ଯାହା କୁହନ୍ତି କରିକି ଦେଖାନ୍ତି । ଆମେ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ଵାରା ଖୋଲିବୁ ବୋଲି କହିଥିଲୁ, ଖୋଲିକି ଦେଖେଇଲୁ ବୋଲି କହିଥିଲେ। ଗତ  ୧୪ମାସର ଉପଲବ୍ଧିକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ ଓ ଆଶା ଆମେ ନିଶ୍ଚୟ ଜିତିବୁ ବୋଲି ସାମଲ କହିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories