www.samajalive.in
Friday, December 5, 2025
23.1 C
Bhubaneswar

୨ ବାଘ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମ ନିକଟରେ ବାଘ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଜଣକ ହେଲେ ଟାଇଁସି ଗ୍ରାମର ପୁରେନ୍ଦ୍ର ବେହେରାଙ୍କ ପୁଅ ବସନ୍ତ ବେହେରା (୫୫)।

ସୂଚନାଯୋଗ୍ୟ, ବସନ୍ତ ପ୍ରତ୍ୟକ ଦିନ ଘରଠାରୁ ୧ କିଲୋମିଟର ଦୂରରେ ଥିବା ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଆନ୍ତି। ଶୁକ୍ରବାର ସକାଳୁ ମଧ୍ୟ ବସନ୍ତ ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ। ଦିନ ୧୨ଟା ବେଳକୁ ଛେଳି ଚରାଇବା ବେଳେ ୨ଟି ବାଘ ଆସି ବସନ୍ତଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲେ। ବସନ୍ତ ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ବାଘକୁ ଘଉଡାଇ ବସନ୍ତଙ୍କୁ ଉଦ୍ଧାର କରିଥିଲେ। ବନ ବିଭାଗ ଖବର ପାଇ ବସନ୍ତଙ୍କୁ ଉଦ୍ଧାର କରି ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories