www.samajalive.in
Friday, December 5, 2025
23.1 C
Bhubaneswar

ଅଡ଼ୁଆରେ ଅଭିନେତା ,ଆଲୋକନାଥ -ଶ୍ରେୟସ ,୫ କୋଟି ଟଙ୍କା ଠକେଇ ଅଭଯୋଗରେ ୨୨ ଜଣଙ୍କ ନାମରେ ମାମଲା

ମୁମ୍ବାଇ,୨୪/୧୦: ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥଙ୍କ ସମେତ ଅନ୍ୟ ୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଲୋନି ଅର୍ବାନ ମଲ୍ଟି-ଷ୍ଟେଟ୍ କ୍ରେଡିଟ୍ ଆଣ୍ଡ୍ ଥ୍ରୀଫ୍ଟ କୋଅପରେଟିଭ୍ ସୋସାଇଟିରେ ନାମରେ ଠକେଇ ଅଭିଯୋଗ ହୋଇଛି । ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ ଏହି ସୋସାଇଟିର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଦୁହିଁଙ୍କ ସମେତ ମୋଟ୍ ୨୨ ଜଣଙ୍କ ନାମରେ ଉତ୍ତରପ୍ରଦେଶ ବାଘପଦ ଥାନାରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲା ରୁଜୁ ହୋଇଛି ।

ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ ଏହି ଲୋନି ଅର୍ବାନ ମଲ୍ଟି-ଷ୍ଟେଟ ସୋସାଇଟିର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଦୁହିଁଙ୍କ ସମେତ ମୋଟ୍ ୨୨ ଜଣଙ୍କ ନାମରେ ଉତ୍ତରପ୍ରଦେଶ ବାଘପଦ ଥାନାରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲା ରୁଜୁ ହୋଇଛି । ୫ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ହିସାବରେ  ବିଭିନ୍ନ କାର୍ଯ୍ୟକ୍ରମରେ ଏହାର ପ୍ରଚାର କରିଥିଲେ  । ଏହା ବ୍ୟତୀତ, କମ୍ପାନୀର ଏମଡି ଏବଂ ପିଏ ଏବଂ ବାକି ୧୮ କମ୍ପାନୀର ଏଜେଣ୍ଟଙ୍କ ନାମରେ ବି ମାମଲା ହୋଇଛି । ୫୦୦ରୁ ଅଧିକ ଲୋକଙ୍କୁ ଦି ଲୋନି ଅର୍ବାନ ମଲ୍ଟି-ଷ୍ଟେଟ କ୍ରେଡିଟ୍ କମ୍ପାନୀରେ ନିବେଶ କରିବାକୁ କହିଥିଲା । ୫ ବର୍ଷ ମଧ୍ୟରେ ସେମାନଙ୍କର ଟଙ୍କା ଦ୍ୱିଗୁଣିତ କରିଦେବାକୁ ପ୍ରତିଶ୍ରୁତି ଦେଇ ୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ନିବେଶକମାନେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ଟଙ୍କା ନପାଇବା ପରେ, ସୋସାଇଟିର ବ୍ରାଣ୍ଡ ଆମ୍ବାସଡର, ଅଭିନେତା ଶ୍ରେୟସ ଏବଂ ଆଲୋକ ନାଥଙ୍କ ସମେତ ୨୨ ଜଣଙ୍କ ବିରୋଧରେ ବାଘପତ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories