www.samajalive.in
Friday, December 5, 2025
20.1 C
Bhubaneswar

ଅଡ଼ୁଆରେ ଅଭିନେତା ,ଆଲୋକନାଥ -ଶ୍ରେୟସ ,୫ କୋଟି ଟଙ୍କା ଠକେଇ ଅଭଯୋଗରେ ୨୨ ଜଣଙ୍କ ନାମରେ ମାମଲା

ମୁମ୍ବାଇ,୨୪/୧୦: ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥଙ୍କ ସମେତ ଅନ୍ୟ ୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଲୋନି ଅର୍ବାନ ମଲ୍ଟି-ଷ୍ଟେଟ୍ କ୍ରେଡିଟ୍ ଆଣ୍ଡ୍ ଥ୍ରୀଫ୍ଟ କୋଅପରେଟିଭ୍ ସୋସାଇଟିରେ ନାମରେ ଠକେଇ ଅଭିଯୋଗ ହୋଇଛି । ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ ଏହି ସୋସାଇଟିର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଦୁହିଁଙ୍କ ସମେତ ମୋଟ୍ ୨୨ ଜଣଙ୍କ ନାମରେ ଉତ୍ତରପ୍ରଦେଶ ବାଘପଦ ଥାନାରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲା ରୁଜୁ ହୋଇଛି ।

ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ ଏହି ଲୋନି ଅର୍ବାନ ମଲ୍ଟି-ଷ୍ଟେଟ ସୋସାଇଟିର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଦୁହିଁଙ୍କ ସମେତ ମୋଟ୍ ୨୨ ଜଣଙ୍କ ନାମରେ ଉତ୍ତରପ୍ରଦେଶ ବାଘପଦ ଥାନାରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲା ରୁଜୁ ହୋଇଛି । ୫ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ହିସାବରେ  ବିଭିନ୍ନ କାର୍ଯ୍ୟକ୍ରମରେ ଏହାର ପ୍ରଚାର କରିଥିଲେ  । ଏହା ବ୍ୟତୀତ, କମ୍ପାନୀର ଏମଡି ଏବଂ ପିଏ ଏବଂ ବାକି ୧୮ କମ୍ପାନୀର ଏଜେଣ୍ଟଙ୍କ ନାମରେ ବି ମାମଲା ହୋଇଛି । ୫୦୦ରୁ ଅଧିକ ଲୋକଙ୍କୁ ଦି ଲୋନି ଅର୍ବାନ ମଲ୍ଟି-ଷ୍ଟେଟ କ୍ରେଡିଟ୍ କମ୍ପାନୀରେ ନିବେଶ କରିବାକୁ କହିଥିଲା । ୫ ବର୍ଷ ମଧ୍ୟରେ ସେମାନଙ୍କର ଟଙ୍କା ଦ୍ୱିଗୁଣିତ କରିଦେବାକୁ ପ୍ରତିଶ୍ରୁତି ଦେଇ ୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ନିବେଶକମାନେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ଟଙ୍କା ନପାଇବା ପରେ, ସୋସାଇଟିର ବ୍ରାଣ୍ଡ ଆମ୍ବାସଡର, ଅଭିନେତା ଶ୍ରେୟସ ଏବଂ ଆଲୋକ ନାଥଙ୍କ ସମେତ ୨୨ ଜଣଙ୍କ ବିରୋଧରେ ବାଘପତ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories