ମାର୍ଚ୍ଚ ୧୧ରେ ଆଖଣ୍ଡଳମଣିଙ୍କ ଜାଗରଯାତ୍ରା; ଆସନ୍ତାକାଲି ବସିବ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ, ଚୂଡାନ୍ତ ହେବ ଗାଇଡଲାଇନ

ଆରଡି: ଆସନ୍ତା ମାର୍ଚ୍ଚ ୧୧ରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଉତ୍ସବ। ଏଥିପାଇଁ ବୁଧବାର ଅପରାହ୍ଣ ସମୟରେ ଭଦ୍ରକ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହେବ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ। ଏହି ବୈଠକରେ ଭଦ୍ରକର ଜିଲାପାଳଙ୍କ ସହ ମନ୍ଦିରର ସେବାୟତ, ଟ୍ରଷ୍ଟି ଓ ଜିଲା ଆରକ୍ଷୀ ଅଧିକାରୀ ଓ ଜିଲାର ସମସ୍ତ ବିଭାଗର ପ୍ରଦାଧିକାରୀ। ଚଳିତବର୍ଷ ମହାମାରୀ କରୋନା ପାଇଁ ମନ୍ଦିରରେ ଏବେବି କୋଭିଡ କଟକଣା ଅନୁଯାୟୀ ଭକ୍ତଙ୍କ ଦର୍ଶନ ଜାରି ରହିଥିବାରୁ ଜାଗରଯାତ୍ରା ଦିନ କିପରି ଭାବେ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେଥିପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ ଏହି ବୈଠକରେ ସ୍ଥିର କରାଯିବ ବୋଲି ମତ ରଖିଛନ୍ତି ସେବାୟତ ପ୍ରତିନିଧିମାନେ। ଏପରିକି କୋଭିଡ ନିୟମ ଅନୁଯାୟୀ ମଣିବାବାଙ୍କର ସମସ୍ତ ନୀତିକାନ୍ତି ସହ ମନ୍ଦିର ଚୂଡାକୁ ମହାଦୀପ ନିଦ୍ଧାରିତ ସମୟରେ ସମ୍ପନ୍ନ କରାଯିବ ବୋଲି ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.