www.samajalive.in
Sunday, December 7, 2025
23.1 C
Bhubaneswar

ମକରସଂକ୍ରାନ୍ତି ଅବସରରେ ଆରଡିପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ

ଆରଡି : ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଅଧଶ୍ୱର ଆଖଣ୍ଡଳମଣିଙ୍କ ମନ୍ଦିରରେ ଶହଶହ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ମଣିବାବାଙ୍କୁ ପୋଡପିଠା ଓ ନୂଆ ମକର ଚାଉଳ ଲାଗି କରାଯାଇଥିଲା। ଏହି ଦିନ ମଣିବାବାଙ୍କ ଦର୍ଶନ ଓ ମକର ଭୋଗ ପାଇଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି। ଏଥିପାଇଁ ରାଜ୍ୟର କୋଣଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ପୀଠରେ ଭିଡ ଜମିଥିଲା । ମନ୍ଦିରରେ ପ୍ରଚଳିତ ବିରଜା ମଣ୍ଡଳୀର ପଞ୍ଜିକା ଅନୁଯାଇ ମାଘମାସର ପ୍ରଥମ ସୋମବାର ହୋଇଥିବାରୁ ବାବାଙ୍କ ନିକଟରେ ମାନସିକ ପୂଜା ଲାଗି ବହୁ ଭକ୍ତ ଉପବାସ ଆରମ୍ଭ କରିବା ସହ ବିଶେଷ ପୂଜାର୍ଚ୍ଚନା କରିଥିଲେ। ଏହି ମକରନୀତି ଅବସରରେ ମନ୍ଦିରର ଦୈନଦିନ ରୀତିନୀତିର ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ରବିବାର ଭୋର ୪ଟାରେ ପହଡ ଖୋଲିବା ପରେ ମନ୍ଦିର ମାର୍ଜନା କରାଯାଇ ମଙ୍ଗଳଆଳତୀ, ମହାସ୍ନାନ, ଜଳାଭିଷେକ, ଘର୍ଷଣଲାଗି କରାଯିବା ପରେ ମଣିବାବାଙ୍କୁ ଫୁଲ, ଚନ୍ଦନ, ବେଲପତ୍ର ଓ ନବବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ପରେ ମକର ନୀତି ନିମନ୍ତେ ମନ୍ଦିରର ସେବାୟତମାନଙ୍କ ପକ୍ଷରୁ ନୂଆ ଅରୁଆଚାଉଳ, ନବାତ, ବିଭିନ୍ନ ଫଳମୂଳରେ ପ୍ରସ୍ତୁତ ମକର ଚାଉଳ ଓ ପୋଡପିଠା ଲାଗି କରାଯାଇଥିଲା। ସକାଳ ୫ଟା ଠାରୁ ଦିବା ୧ଟା ପର୍ଯ୍ୟନ୍ତ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିବା ସହିତ ମାନସିକ ସ୍ୱରୂପ ମକରଭୋଗ , ଘର୍ଷଣ ଓ ଜଳାଭିଷେକ କରିଥିଲେ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ଆରଡି ଫାଣ୍ଡି ଓ ଧୁଷୁରୀ ଥାନା ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଦିବା ୧ଟାରେ ମଣିବାବାଙ୍କୁ ଯୋଗୀ ବେଶରେ ସଜ୍ଜିତ କରାଯାଇ ବଡନୀତିଭୋଗ ଲାଗି କରାଯିବା ସହ ଏକଘଣ୍ଟା ଶୟନ(ଅବକାଶ) ନୀତି କରାଯାଇଥିଲା। ଅପରାହ୍ଣ ୪ଟାରେ ଚନ୍ଦନ, ଫୁଲ ଓ ବିଭିନ୍ନ ଅଳଙ୍କାର ଲାଗି କରାଯାଇ ବଡସିଂହାର ବେଶ କରାଯାଇଥିଲା। ଜଳପଥରେ ଆସୁଥିବା ଅଗଣିତ ଭକ୍ତମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ନଦୀ ପାରି ହେବା ପାଇଁ ଅଧିକ ସଂଖ୍ୟକ ମଟର ଚାଳିତ ଡଙ୍ଗା ନିୟୋଜିତ କରାଯାଇଥଲା। ଏପଟେ ସ୍ଥଳପଥରେ ଭକ୍ତଙ୍କ ଶୃଙ୍ଖଳିତ ଯାତାୟତ ନିମନ୍ତେ ପେଟ୍ରୋଲିଂ ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories