www.samajalive.in
Saturday, December 6, 2025
16.1 C
Bhubaneswar

ବୟସ ଆଗରେ ହାର ମାନିଛି ରାଜନୀତି ନିଶା, ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୭୭ ବର୍ଷୀୟ ବୃଦ୍ଧ

ଆରଡି: ଅର୍ଥ ନୁହେଁ ପ୍ରାର୍ଥୀକୁ ଦେଖନ୍ତୁ, ବକ୍ତବ୍ୟ ନୁହେଁ ବ୍ୟକ୍ତିକୁ ଦେଖନ୍ତୁ, ଚିତ୍ର ନୁହେଁ ଚରିତ୍ରକୁ ଦେଖନ୍ତୁ। ଏମିତି ଲେଖାଥିବା ପୁସିଙ୍ଗ କାର୍ଡ ଧରି ଘରକୁ ଘର ବୁଲୁଛନ୍ତି ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ୭୭ବର୍ଷିୟ ବୃଦ୍ଧ ସୁବାସ ନାୟକ। କେବଳ ସେତିକି ନୁହେଁ ପୋଷ୍ଟରରେ ନିଜ ଫଟୋ ସହ ତାଙ୍କ ଆଦର୍ଶର ବ୍ୟକ୍ତିତ୍ବ ବିଜୁ ପଟ୍ଟନାୟକଙ୍କ ଫଟୋ ମଧ୍ୟ ରଖିଛନ୍ତି।
ନାମ ସୁବାସ ଚନ୍ଦ୍ର ନାୟକ। ନିର୍ବାଚନ ଲଢିବାକୁ ସାମର୍ଥ୍ୟ ନାହିଁ ହେଲେ ୧୯୮୭ ମସିହାରେ ବିଜୁ ପଟନାୟକଙ୍କ ସମୟରେ ଏ ଅଞ୍ଚଳରେ ଲୋକଙ୍କ ସେବା ଓ ଅଞ୍ଚଳର ଉନ୍ନତି ପାଇଁ ଯେଉଁ ଆଶା ବାନ୍ଧିଥିଲେ ତାହା କରିବା ପାଇଁ ଏବେ ସମର୍ଥକଙ୍କୁ ନେଇ ଅଣ୍ଟା ଭିଡିଛନ୍ତି ସୁବାସ। ଏପରି ଅଭିପ୍ସା ରଖି ସେ ସମର୍ଥକଙ୍କ ସହ କୈାଣସି ଗାଡି କି ସାଇକେଲ ନିହେଁ ଚାଲିଚାଲି ଭୋଟ ନିମନ୍ତେ ଲୋକଙ୍କୁ ଭେଟୁଛନ୍ତି। ଏକଦା ଜନତା ଦଳରେ ସେ ଜଣେ ଟାଣୁଆ ନେତା ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିବାବେଳେ ବିଜୁ ପଟ୍ଟନାୟକ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ବୋଲି ସୁବାସ କହିଛନ୍ତି। ତାଙ୍କ ନିଦେର୍ଶରେ ସେ ଲୋକ ମାନଙ୍କର ସେବା ଦୀର୍ଘ ୬୦ ବର୍ଷ ଧରି କରି ଆସିଛନ୍ତି। ବିଜୁବାବୁ ଗଲା ପରେ ନିଜେ କୟାଁଗୋଲା ଠାରେ ବୈତରଣୀ ନଦୀ ପଠାରେ ତାଙ୍କର ପ୍ରତିମୂର୍ତି ନିର୍ମାଣ କରିଛନ୍ତି। ଏପରିକି ନିଜ ସାନ ପୁତ୍ରର ନାମ ବିଜୁ ପଟନାୟକ ରଖିଛନ୍ତି। ଏବେ ତାଙ୍କୁ ଦଳ ତରଫରୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିବା ଦୁଃଖର ସହ କହଛନ୍ତି ସୁବାସ ।

 

- Advertisement -

ଏବେ ବିଜେଡି ଦଳର ଯେଉଁମାନେ ଓଳଗ ପଞ୍ଚାୟତରେ ନେତୃତ୍ୱ ନେଉଛନ୍ତି, ସେମାନେ ଦୁର୍ନୀତିରେ ବୁଡି ରହିଛନ୍ତି। ଯାହାଙ୍କର ୩ ମହଲା କୋଠା ଅଛି ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି। ଯେଉଁମାନଙ୍କର ଚଳିବାର ସାମର୍ଥ୍ୟ ରହିଛି। ସେମାନଙ୍କୁ ରାସନ କାର୍ଡ ଦିଆ ଯାଉଛି ବୋଲି ଅଭିଯୋଗ କରିବା ସହ ଭୋଟରଙ୍କ ନିକଟରେ ବିଜୟ ଆଶା ନେଇ ମୁଦ୍ଦା ରଖିଛନ୍ତି ସୁବାସ। ସେ ବିଜୟ ଲାଭ କଲେ ଗରିବ ଲୋକକୁ ପ୍ରାଧାନ୍ୟ ଦେବେ, ଦୁର୍ନୀତିଖୋରଙ୍କ ମୁଖା ଖୋଲିବେ, ସାଧାରଣ ଲୋକଙ୍କ ସେବା କରିବାର ସଂକଳ୍ପ ନେଇଛନ୍ତି ବୋଲି ସୁବାସ ଜୋର ଦେଇ କହିଛନ୍ତି। ଯେଉଁଆଡେ ସେ ଯାଉଛନ୍ତି ଲୋକମାନେ ତାଙ୍କୁ ସମର୍ଥନ କରୁଥିବା କଥା ଭାବ ବିହ୍ୱଳ ହୋଇ କହିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories