www.samajalive.in
Saturday, December 6, 2025
23.1 C
Bhubaneswar

ନବରଙ୍ଗପୁରରେ କୋଭିଡ ଟିକାକରଣ ଅଭିଯାନ ସଚେତନତା ରଥର ଶୁଭାରମ୍ଭ

ନବରଙ୍ଗପୁର: କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ନିମନ୍ତେ ଜିଲ୍ଲାବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନତା ରଥ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ବାହାରିଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ମିଳିତ ଭାବରେ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ୟ୍ୟକୁ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏହି ସଚେତନତା ରଥଟି ଜିଲ୍ଲାର ଦଶ ଗୋଟି ବ୍ଲକର ବିଭିନ୍ନ ଗ୍ରାମରେ କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟିକାକରଣର ଉପକାରିତାର ବାର୍ତ୍ତା ପ୍ରଚାର କରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ବିଶେଷ କରି ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ ସମସ୍ତ କିଶୋର କିଶୋରୀମାନେ କିପରି ଟିକା କେନ୍ଦ୍ରକୁ ଆସି କୋଭିଡ ସୁରକ୍ଷା ପାଇଁ ଟିକା ନେବା, କୋଭିଡ ନିୟମକୁ ମାନି ଚଳିବା, ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତାକୁ ବଜାଇ ରଖିବା, ଭିଡକୁ ନିରୁତ୍ସାହିତ ଏବଂ ନିଜ ସୁରକ୍ଷାକୁ ଉତ୍ସାହିତ କରିବା ଆଦି ବିଷୟରେ ଗ୍ରାମରେ ଅଙ୍ଗନୱାଡି କର୍ମୀମାନେ କିଶୋର କିଶୋରୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ଅନ୍ୟ ଗ୍ରାମବାସୀମାନଙ୍କୁ ଉପସ୍ଥିତ କରାଇ ସଚେତନ ରଥ ନିକଟରେ ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ବିଷୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କାର୍ୟ୍ୟାଳୟର ହୋଇଥିବା ଏହି ସଚେତନତା ରଥ ର ଉଦଘାଟନୀ ସମାରୋହରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ସହାୟକ ସମାଜ କଲ୍ୟାଣ ଅଧିକାରୀ ନରହରି ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ବିଶ୍ଵରଞ୍ଜନ ଭୁକ୍ତା, ଅଶୋକ ଚକ୍ରବର୍ତ୍ତୀ, ତ୍ରିପତି ବାଲାଜି ସାହୁ, ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ, ସସ୍ମିତା ମହାନ୍ତି, ବିଶ୍ଵଜିତ ମହାନ୍ତି, ସୁକାନ୍ତ ପାତ୍ର, ତୃପ୍ତି ମହାପାତ୍ର, ସୁଜିତ କୁମାର ସୁନା, କୁଶମିତା ଦୀପ, ବନ୍ଧନା ଖାକା, ୟୁ ରବୀନ, ୱାନଷ୍ଟପ କେନ୍ଦ୍ରର କର୍ମକର୍ତ୍ତା ଓ ଅନ୍ୟ ଅଧିକାରମାନେ ଉପସ୍ଥିତ ଥିଲେ ।

- Advertisement -

 

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories