ଛେଳି ବିକାଳି ଘରୁ ବାହାରିଲା ୯୦ କିଲୋ ସୁନା, ୧୬୩ କୋଟି ସମ୍ପତ୍ତି

0

ଚେନ୍ନଇ : ଆୟକର ବିଭାଗ ତାମିଲନାଡୁ ରାଜଧାନୀ ଚେନ୍ନଇର ଜଣେ ଛେଳି ବିକାଳିଙ୍କ ଘରେ ଶୁକ୍ରବାର ଚଢଉ କରି ୯୦ କିଲୋ ସୁନା ଏବଂ ୧୬୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ଛେଳି ବ୍ୟବସାୟୀଙ୍କ ନାମ ନାଗରାଜନ ସୈୟାଦୁରଇ। ସେ ନିଜ ଇଂଜିନିୟରିଂ ପାଠ ଶେଷକରିବା ପରେ ବାପାଙ୍କ ଛେଳି ବ୍ୟବସାୟରେ ଯୋଗ ଦେଇଥିଲେ ଓ ରାଜ୍ୟ ସଡକ ବିଭାଗରେ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ। ରାମକୃଷ୍ଣନ ଓ ସୁନ୍ଦରରାଜ ନାମକ ଦୁଇ ଠିକାଦାରଙ୍କ ସମ୍ପର୍କରେ ଆସିବା ପରେ ସେ ଠିକାଦାରୀ କଳାରେ ପାରଙ୍ଗମ ହୋଇଯାଇଥିଲେ। ଏହାପରେ ନାଗରାଜନ ବିଭିନ୍ନ ଠିକାଦାର ଟେଣ୍ଡର ଜିତିବାରେ ସଫଳ ହୋଇଥିଲେ ଓ ଏଥିପାଇଁ ଏକ କମ୍ପାନୀ ମଧ୍ୟ ନିର୍ମାଣ କରିଥିଲେ। ତାମିଲନାଡୁର ଏଏମଆଇଡିଏକେ ସରକାର ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ଆୟକର ବିଭାଗକୁ ସ୍ୱାଧୀନତା ଦେବା ପରେ ରାଜ୍ୟର ବିଭିନ୍ନ ଠିକାଦାର ଏବଂ ବ୍ୟବସାୟୀଙ୍କ ଘରେ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। ନାଗରାଜନଙ୍କ ଘର ସମେତ ୧୦ଟି ଠିକଣାରେ ଚଢଉ କରି ଆୟକର ବିଭାଗ ୨୪ଲକ୍ଷ ନଗଦ ଟଙ୍କା, ୯୦ କିଲୋ ସୁନା,୨ଟି ବିଏମଡବ୍ଲ୍ୟୁ କାର ଜବତ କରିଛି।

Leave A Reply