www.samajalive.in
Sunday, December 14, 2025
16.1 C
Bhubaneswar

ସେକେଣ୍ଡ ହ୍ୟାଣ୍ଡ ପୋଷାକ ପିନ୍ଧନ୍ତି ଅକ୍ଷୟ କୁମାରଙ୍କ ପୁଅ

ସମାଜ ଡିଜିଟାଲ ଡେସ୍କ: ବଲିଉଡ୍‌‌ ସେଲିବ୍ରିଟି ଏବଂ ସେମାନଙ୍କ ସନ୍ତାନମାନେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଦେଖିବାକୁ ମିଳେ। କିନ୍ତୁ ଅଭିନେତା ଅକ୍ଷୟ କୁମାରଙ୍କ କଥା ଟିକେ ଭିନ୍ନ। ତାଙ୍କ ପୁଅ ଆରବ ଅତି ସାଧାରଣ ଜୀବନ ବିତାଇବାକୁ ପସନ୍ଦ କରୁଥିବା କହିଛନ୍ତି ଅକ୍ଷୟ। ଏପରି କି ସେ ସେକେଣ୍ଡ ହ୍ୟାଣ୍ଡ ପୋଷାକ ପିନ୍ଧନ୍ତି ବୋଲି ଅକ୍ଷୟ ଏକ ସାକ୍ଷାତକାରରେ କହିଛନ୍ତି।

ନିକଟରେ କ୍ରିକେଟର ଶିଖର ଧୱନଙ୍କ ନୂଆ ଟକ୍‌‌ ଶୋ’ ‘ଧୱନ କରେଙ୍ଗେ’ରେ ଅକ୍ଷୟ ତାଙ୍କ ପ୍ରଶଂସକମାନଙ୍କୁ ନିଜ ପରିବାର ବିଷୟରେ ଜଣାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ ସର୍ବପ୍ରଥମେ ସେ ତାଙ୍କ ପୁଅ ଆରବଙ୍କ ବିଷୟରେ କହିଥିଲେ। ଅକ୍ଷୟ କହିଥିଲେ, ଆରବ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ଅତ୍ୟନ୍ତ ସରଳ। ନିଜ ପିନ୍ଧିବା ପାଇଁ ସେ ଶସ୍ତା ଶୋ’ରୁମରୁ କମ୍‌‌ ମୂଲ୍ୟର ପୋଷାକ କିଣନ୍ତି। ଏପରି କି ସେକେଣ୍ଡ ହ୍ୟାଣ୍ଡ ପୋଷାକ ବି ପିନ୍ଧନ୍ତି।

- Advertisement -

ଅକ୍ଷୟ ଆହୁରି କହିଥିଲେ, ଆରବ ନିଜ ଭବିଷ୍ୟତ ବା କ୍ୟାରିୟନ ନିଜ ପସନ୍ଦରେ ବାଛିଛି। ଆମେ ତାଙ୍କୁ ଆମ ଇଚ୍ଛାରେ କ୍ୟାରିୟର କରିବାକୁ ବାଧ୍ୟ କରିନାହୁଁ। ସେ ଅଭିନୟ ଦୁନିଆକୁ ଆସିବାକୁ ଆଗ୍ରହ କରିନାହିଁ। ଫ୍ୟାଶନ କ୍ଷେତ୍ରକୁ ନିଜ କ୍ୟାରିୟର ରୂପେ ବାଛିଛି। ସେ ନିଜ କାମ ନିଜେ କରିବାକୁ ପସନ୍ଦ କରେ। ନିଜ ପାଇଁ ନିଜେ ଖାଦ୍ୟ ପ୍ରସ୍ତୁତ କରେ। ଘରେ କୌଣସି ସହାୟିକା ରଖିନାହିଁ। ବର୍ତ୍ତମାନ ତାକୁ ୨୨ ବର୍ଷ ଏବଂ ସେ ଲଣ୍ଡନ ୟୁନିଭର୍ସିଟିରେ ଅଧ୍ୟୟନ କରୁଛି। ତା’କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ସେ ଘର ଛାଡ଼ି ପଢ଼଼ିବାକୁ ଲଣ୍ଡନ ଯିବାକୁ ବାହାରିଥିଲା। ମୁଁ ପ୍ରଥମେ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲି। କିନ୍ତୁ ଯେତେବେଳେ ମୁଁ ମୋ ନିଜ ଇଚ୍ଛାରେ ୧୪ ବର୍ଷରେ ଘର ଛାଡ଼ିଥିଲି, ସେତେବେଳେ ପୁଅକୁ କାହିଁକି ଅଟକାଇବି ବୋଲି ଭାବି ତା’କୁ ବାହାରକୁ ଯିବାକୁ ଅନୁମତି ଦେଇଥିଲି ବୋଲି ଅକ୍ଷୟ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories