www.samajalive.in
Saturday, December 6, 2025
16.1 C
Bhubaneswar

ନିଃରୋଗ ରହିବାର ସୂତ୍ର ସେଓ

ଏବର ବ୍ୟସ୍ତତାଭରା ଜୀବନଶୈଳୀରେ ଲୋକେ ଫଳ କିଣି ଖାଇବା ଅପେକ୍ଷା ବଜାରରେ ମିଳୁଥିବା ଫଳରସକୁ ଅଧିକ ଉପଯୋଗୀ ମନେ କରୁଛନ୍ତି । ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ତାହା ସେମାନେ ଜାଣୁନାହାନ୍ତି । କାରଣ ଏସବୁ ଫଳରସରେ ଚିନି ସହ ରଙ୍ଗ ତଥା ବିଭିନ୍ନ ଦ୍ରବ୍ୟ ମିଶିଥାଏ । ବିଭିନ୍ନ ଅନୁସନ୍ଧାନ କରିବା ପରେ କାନାଡାର ବିଶେଷଜ୍ଞଦଳ ପ୍ରକାଶ କରିଛନ୍ତି ଯେ ଦୈନିକ ଗୋଟିଏ ସେଓ ଖାଇଲେ ଅନେକ ରୋଗରୁ ରକ୍ଷା ପାଇହେବ ।

ଦୈନିକ ସକାଳବେଳା ଗୋଟିଏ ସେଓ ଖାଇଲେ ଯକୃତ ସଂକ୍ରମଣରୁ ରକ୍ଷା ପାଇବା ସହ ଶ୍ବାସ ରୋଗ ହେବାର ଆଶଙ୍କା କମ୍ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି ।

- Advertisement -

ଯୁବାବସ୍ଥାରୁ ନିୟମିତ ଭାବେ ସେଓ ଖାଇଲେ ମଧୁମେହର ଆଶଙ୍କା ନଥିବା ପ୍ରକାଶ ।

ପିଲାଙ୍କୁ ଘରେ ପ୍ରସ୍ତୁତ କରି ସେଓ ରସ କିମ୍ବା ସେଓ ଖାଇବାକୁ ଦିଅନ୍ତୁ, ଏହା ସେମାନଙ୍କ ମସ୍ତିଷ୍କ ଭଲଭାବେ ପରିଚାଳିତ ହେବା ସହ ସ୍ମୃତି ଶକ୍ତି ପ୍ରଖର ହୋଇଥାଏ ।

ବିଶେଷଜ୍ଞଙ୍କ ମତରେ ନିୟମିତ ସେଓ ଖାଇବା ଦ୍ବାରା ଶରୀରରେ କୋଲଷ୍ଟରଲର ସ୍ତର ନିୟନ୍ତ୍ରିତ ରହିବା ସହ ହୃଦରୋଗ ହେବାର ଆଶଙ୍କା କମ୍ ଥାଏ ।

ଏଣୁ ନିୟମିତ ସକାଳବେଳା ଗୋଟିଏ ସେଓ ଖାଇବା ଅଭ୍ୟାସ ଆରମ୍ଭ କରନ୍ତୁ । ୧ମାସ ମଧ୍ୟରେ ଏହାର ଫରକ୍ ଜାଣିହେବ ବୋଲି ବିଶେଷଜ୍ଞମାନେ ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories