www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶା ଗାଁରେ ପଡ଼ିଶା ରାଜୁତି

ପାଡୁଆ, : କୋରାପୁଟ ଜିଲା ପାଡୁଆ ଥାନା ଅଧୀନ ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡରଗୁଡ଼ା ଗଁାରେ ଆନ୍ଧ୍ର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିଛି। ସ୍ବେଚ୍ଛାସେବୀଙ୍କୁ ଢାଲ କରି ଉକ୍ତ ଗଁାରେ ଆଜି ଆନ୍ଧ୍ର ପକ୍ଷରୁ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏନେଇ ଓଡ଼ିଶା ପ୍ରଶାସନ ନୀରବ ରହିବା ଘଟଣା ସମସ୍ତକୁ ଆଶ୍ଚର୍ଯ୍ୟ ଚକିତ କରିଛି। ଉକ୍ତ ଗଁାରେ ଆନ୍ଧ୍ରର ପାଡେର୍‌ମଣ୍ଡଳର ସତ୍ୟସାଇ ଟ୍ରଷ୍ଟ ନାମକ ସଂସ୍ଥା ପକ୍ଷରୁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ ହୋଇଛି।

ପାହାଡ଼ି ଝରଣାରୁ ପାଇପ୍‌ ଯୋଗେ ଗଁାକୁ ପାଣି ଅଣାଯାଇଛି। ୩ଟି ବଡ଼ ଟାଙ୍କି ଦ୍ବାରା ଗଁାର ସବୁ ସାହିକୁ ପାଣି ଯୋଗାଣ ହୋଇଛି। ସେହି ଗଁାରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଓଡ଼ିଶା ସରକାର କିମ୍ବା କୋରାପୁଟ ଜିଲା ପ୍ରଶାସନ ସେହି ସମସ୍ୟା ପ୍ରତି ଧ୍ୟାନ ଦେଇ ନ ଥିବାରୁ ଯାହାର ସୁଯୋଗ ଆନ୍ଧ୍ର ଉଠାଇଛି ବୋଲି ଆଲୋଚନା ହେଉଛି। ସୀମାନ୍ତ ଗଁାଗୁଡ଼ିକରେ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଉନ୍ନୟନ କାମ ଚାଲୁଥିବା କୁହାଯାଉଥିବା ବେଳେ ଆନ୍ଧ୍ରର ଅନୁପ୍ରବେଶ ଘଟଣା ପ୍ରକୃତ ସତକୁ ପଦାରେ ପକାଇ ଦେଇଛି। ଗତ ୨୦୧୮ରୁ ଅଦ୍ୟାବଧି ଆନ୍ଧ୍ର ପକ୍ଷରୁ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ପାନ୍ଥଲୁଙ୍ଗ ପଞ୍ଚାୟତର ସୁଡୁବ, ପଣସପୁଟ ଓ ଗୋଲୁର ପଞ୍ଚାୟତର ଡମଙ୍ଗ ଗ୍ରାମରେ ଏପରି ପାନୀୟଜଳ ପ୍ରକଳ୍ପ ନିର୍ମାଣ ଜାରି ରହିଛି। ଅନ୍ୟପଟେ ଜୟନ୍ତଗିରୀ ଓ ତୋଟାଗୁଡ଼ା ଗଁାରେ ମଧ୍ୟ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଗତବର୍ଷ ଗୋଲୁର ପଞ୍ଚାୟତ ସୀମାନ୍ତ ଗଁା ରାଇପାହାଡ଼ରେ ରେସନ୍ କାର୍ଡ, ବିଜୁଳି, ବାସଗୃହ ସହ ବିଭିନ୍ନ ସୁବିଧା ଆନ୍ଧ୍ର ଯୋଗାଇଥିଲା। ଯାହାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଓଡ଼ିଶା ଗଁାରେ ଆଗାମୀ ଦିନରେ ଅନୁପ୍ରବେଶ କରାଯିବ ନାହିଁ ବୋଲି ଆନ୍ଧ୍ର ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଏବେ ପୁଣି ଗତ ସପ୍ତାହ ଧରି ସୀମାନ୍ତ ଗଁାଗୁଡିକରେ ଆନ୍ଧ୍ର ବିଭିନ୍ନ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଛି। ଅନ୍ୟପଟେ ଉଭୟ ରାଜ୍ୟର ସୁବିଧା ହାତେଇବା ଲକ୍ଷ୍ୟରେ କିଛି ଲୋକ ରହିଥିବା ଆଲୋଚନା ହେଉଛି।
ଏହି ଘଟଣା ସମ୍ପର୍କରେ ସବୁଜାଣି କୋରାପୁଟ ଜିଲା ପ୍ରଶାସନ ଅଜଣା ଭଳି ଅଭିନୟ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଉକ୍ତ ଗଁାରେ ଓଡ଼ିଶା ପ୍ରଶାସନ ପହଞ୍ଚି ନ ଥିବା ବେ​‌େଳ ବିନା ବାଧକରେ ଆନ୍ଧ୍ର ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି। ଏନେଇ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରାଙ୍କୁ ପଚାରିବାରୁ ସରକାରୀ କାର୍ଯ୍ୟରେ ବ୍ୟସ୍ତ ହେତୁ ସେହି ଗଁାକୁ ଯାଇପାରି ନାହିଁ। ସୋମବାର ଉକ୍ତ ଗଁାକୁ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories