www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ଲାଷ୍ଟିକ ମୁକ୍ତ ବଣଭୋଜି ଚ୍ୟାଲେଞ୍ଜ 

ରେଙ୍ଗାଲିକ୍ୟାମ୍ପ : ପ୍ଲାଷ୍ଟିକ ବ୍ୟବହାର ଜନିତ ପରିବେଶ ଅବକ୍ଷୟ ଓ ତଦ୍ ଜନିତ ଜୀବ ଜନ୍ତୁଙ୍କ ଠାରେ ସୃଷ୍ଟ ପ୍ରଭାବକୁ ଦୃଷ୍ଟିରେ ରଖି ସାଂପ୍ରତିକ ବଣଭୋଜିରେ ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବକ ଆଶୀର୍ବାଦ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବ୍ରୀଗଡ଼ ଠାରେ ମାଉଣ୍ଟ ଏକ୍ସ ପ୍ଲୋରର ଫାଉଣ୍ଡର ଆଶୀର୍ବାଦ ମହାପାତ୍ରଙ୍କ ସଭାପତିତ୍ବରେ ଏକ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ଚାଲେଞ୍ଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଫେଇ ତଥା ସଚେତନ କାର୍ଯ୍ୟକ୍ରମ ହୋଇଥିଲା। ଏଠାକୁ ଆସିଥିବା ପ୍ରାୟ ୨୦୦ଟି ବଣଭୋଜି ଗୋଷ୍ଠୀଙ୍କୁ ପ୍ଲାଷ୍ଟିକ ବ୍ୟବହାରର ଅପକାରିତା ତଥା ପ୍ଲାଷ୍ଟିକକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବାକୁ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରେଞ୍ଜ ଅଫିସର ରାଜେଶ କୁମାର ମାହାକୁଡ଼ ,ମୁଖ୍ୟବକ୍ତା ପ୍ରକୃତି ବନ୍ଧୁ ମୀନକେତନ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ସଞ୍ଜୀବ ସାହୁ ଯୋଗ ଦେଇଥିଲେ । ଲରମ୍ଭା କଲେଜ ବର୍ତ୍ତମାନର ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ଲକ୍ଷ୍ମୀ  ନାରାୟଣ ବନଛୋର ଏବଂ ମାଉଣ୍ଟ ଏକ୍ସ୍ ପ୍ଲୋରର ରମେଶ ମେହେର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁନା ନାଏକ, ପ୍ରକାଶ ପଟ୍ଟନାୟକ, ପପୁ ମାହାକୁର,ଖଗେଶ୍ୱର ଭୁଏ, ତ୍ରିନାଥ ଭୁଏ ଭଳି ଅନେକ ଯୁବ ପିଢ଼ି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଜଙ୍ଗଲ ବିଭାଗ ,ପର୍ଯ୍ୟଟନ ବିଭାଗ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଯୁବକ ଆଶୀର୍ବାଦଙ୍କ ଏହି ପ୍ରୟାସ ନିଶ୍ଚିତ ଭାବରେ ସଫଳ ହେବା ସହ ଏକ ପ୍ଲାଷ୍ଟିକ ମୁକ୍ତ ପରିବେଶ ପୁନଃ ଆମକୁ ମିଳିପାରିବ ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେବା ସହ ଏହି ପ୍ରୟାସ ପାଇଁ ଆଶୀର୍ବାଦଙ୍କୁ ସାଧୁବାଦ ଜଣାଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories