www.samajalive.in
Monday, December 8, 2025
14.1 C
Bhubaneswar

ଉତ୍ତମ ଜୀବନ ସାଥୀ ପାଇଁ ଭଗବାନ ଶିବଙ୍କୁ ଚମ୍ପା ଫୁଲ ଅର୍ପଣ କରନ୍ତୁ

ଶିବ ପୁରାଣରେ ଭଗବାନ ଶଙ୍କରଙ୍କ ପୂଜାରେ ଫୁଲ-ପତ୍ର ଚଢାଇବାର ବିଶେଷ ମହତ୍ତ୍ବ ରହିଛି ।
ଶମି ଫୁଲ–
ଶମି ଫୁଲ ଶିବଲିଙ୍ଗରେ ଅର୍ପଣ କରିବା ଦ୍ବାରା ଧନ ସମୃଦ୍ଧି ମିଳିଥାଏ । ଏହା ସହ ଶମି ବୃକ୍ଷ ଲଗାଇବା ଦ୍ବାରା ଶନି ସମ୍ବନ୍ଧୀୟ ସମସ୍ତ ଦଶା ଦୂର ହୋଇଥାଏ ।
ଚମ୍ପା ଫୁଲ– ଯଦି ଆପଣ ଅବିବାହିତ ଏବଂ ଉତ୍ତମ ଜୀବନସାଥୀ ଚାହୁଁଛନ୍ତି ତେବେ ଭଗବାନ ଶିବଙ୍କୁ ତାଙ୍କ ପ୍ରିୟ ଚମ୍ପା ଫୁଲ ଅର୍ପଣ କରନ୍ତୁ । ଏହା ସହ ଭଗବାନ ଶିବଙ୍କ ସାଧନା ଓ ଆରାଧନା କରିବା ଦ୍ବାରା ସୁନ୍ଦର ଓ ଯୋଗ୍ୟ ଜୀବନସାଥୀ ଅବଶ୍ୟ ପ୍ରାପ୍ତି ହେବ ।
ଅଲସୀ ଫୁଲ– ଭଗବାନ ଶିବଙ୍କ ସାଧନାରେ ଅଲସୀ ଫୁଲର ବିଶେଷ ମହତ୍ତ୍ବ ରହିଛି । ଶାସ୍ତ୍ର ଅନୁସାରେ ଏହି ଫୁଲକୁ ଅର୍ପଣ କରିବା ଦ୍ବାରା ମନୁଷ୍ୟକୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ ।
ଅରଖ ଫୁଲ– ହାଲକା ବାଇଗଣୀ ଏବଂ ଧଳା ରଙ୍ଗର ଅରଖ ଫୁଲ ଭଗବାନ ଶିବଙ୍କ ପୂଜାରେ ବିଶେଷ ଭାବେ ଅର୍ପଣ କରାଯାଏ । କୁହାଯାଏ ଏହି ଫୁଲ ଅର୍ପଣ କରିବା ଦ୍ବାରା ଭଗବାନ ଶିବ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି । ଏହି ଫୁଲର ପ୍ରୟୋଗରେ ମୋକ୍ଷ ପ୍ରାପ୍ତି ହୋଇଥାଏ । ବାସ୍ତୁ ଦୃଷ୍ଟିରୁ ଏହି ଫୁଲ ଗଛ ସୁଖ ଓ ସମୃଦ୍ଧିର କାରକ ଅଟେ ।
ଗଙ୍ଗଶିଉଳୀ ଫୁଲ- ଭଗବାନ ଶିବଙ୍କ ପୂଜାରେ ଗଙ୍ଗଶିଉଳୀ ଫୁଲର ବିଶେଷ ଭାବେ ବ୍ୟବହାର କରାଯାଏ । ଏହାକୁ ପାରିଜାତ ଫୁଲ ମଧ୍ୟ କୁହାଯାଏ । ଏହି ଫୁଲ ଧଳା ରଙ୍ଗ ଏବଂ ଏହାର ମଝିରେ ନାରଙ୍ଗି ରଙ୍ଗ ରହିଥାଏ । ରାତିରେ ଫୁଟୁଥିବା ଏହି ଫୁଲକୁ ଭଗବାନ ଶିବଙ୍କ ନିକଟରେ ଅର୍ପଣ କରିବା ଦ୍ବାରା ସୁଖ ଓ ବୈଭବ ବୃଦ୍ଧି ହୋଇଥାଏ ।
ଦୁଦୁରା ଫୁଲ- ଧତୁରା ବା ଦୁଦୁରା ଫୁଲ ଭୋଳାନାଥଙ୍କ ଅତ୍ୟନ୍ତ ପ୍ରିୟ । ଶିବଙ୍କ ପୂଜାରେ ଏହାର ଫଳ ଓ ଫୁଲ ବିଶେଷ ଭାବେ ଅର୍ପଣ କରାଯାଏ । ମାନ୍ୟତା ଅନୁଯାୟୀ ଯେଉଁ ଦମ୍ପତ୍ତି ଦୁଦୁରା ଫୁଲ ସହ ଭଗବାନ ଶିବଙ୍କ ପୂଜା କରନ୍ତି, ସେମାନଙ୍କୁ ଶିବ କୃପାରୁ ବହୁତ ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories