www.samajalive.in
Saturday, December 6, 2025
15.1 C
Bhubaneswar

ବୃଦ୍ଧଙ୍କ ଠାରୁ ୪୦୦ ଟଙ୍କାରେ ପାନିଆ କିଣିଲେ ଅନୁପମ ଖେର

ନୂଆଦିଲ୍ଲୀ: ନିଜର ଦମଦାର ଆକ୍ଟିଂ ପାଇଁ ସବୁବେଳେ ପ୍ରଶଂସା ସାଉଁଟିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର । ପରଦାରେ ତାଙ୍କର ଜୀବନ୍ତ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁଥାଏ । ଏହାସହିତ ଦର୍ଶକଙ୍କ ସହ ଯୋଡି ହୋଇ ରହିବାକୁ ଅନୁପମ ଖେର ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ବାର୍ତ୍ତା ସେୟାର କରିଥାନ୍ତି । ନିକଟରେ ଅଭିନେତା ଜଣକ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି ଯାହା ସମସ୍ତଙ୍କ ହୃଦୟକୁ ଖୁବ ଛୁଇଁଛି ।
ମୁମ୍ବାଇର ଏକ ରାସ୍ତାରେ ଅନୁପମ ଖେର ଗାଡିରେ ଯାଉଥିବା ବେଳେ ବାଟରେ ଜଣେ ବୃଦ୍ଧଙ୍କୁ ପାନିଆ ବିକ୍ରି କରୁଥିବା ଦେଖିଥିଲେ । ସେଠାରେ ଅଟକି ଯାଇ ବୃଦ୍ଧଙ୍କ ସହ କଥାବାର୍ତ୍ତା କରିଥିଲେ । ଯାହାର ଭିଡ଼ିଓ ଅନୁପମ ସେୟାର କରିଛନ୍ତି, ଏହା ଖୁବ ଭାଇରାଲ ମଧ୍ୟ ହୋଇଛି । ବୃଦ୍ଧ ଜଣଙ୍କ ପାନିଆ ବିକ୍ରି କରୁଥିବା ବେଳେ ଅନୁପମ ଖେର ତାଙ୍କ ଠାରୁ ୪୦୦ ଟଙ୍କା ଦେଇ ପାନିଆ କିଣିଛନ୍ତି । ସେ ଚନ୍ଦା, ପାନିଆ ତାଙ୍କର କୌଣସି ଆବଶ୍ୟକ ନଥିବା କହିଥିଲେ । ବୃଦ୍ଧଙ୍କର କିଛି ବିକ୍ରି ହୋଇନଥିବାରୁ ୪ଶହ ଟଙ୍କା ଦେଇ ପାନିଆ କିଣି ନେଇଥିଲେ ଅନୁପମ । ଏହା ପରେ ବୃଦ୍ଧଙ୍କ ମୁହଁରେ ହସ ଦେଖି ଖୁସି ହୋଇଥିଲେ । ବୃଦ୍ଧଙ୍କ ନାମ ରାଜୁ । ସେଦିନ ରାଜୁଙ୍କ ଜନ୍ମଦିନ ଥିବାରୁ ଅନୁପମ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ଇନଷ୍ଟାଗ୍ରାମରେ ଭିଡ଼ିଓ ପୋଷ୍ଟ କରି ଅନୁପମ ଲେଖିଛନ୍ତି ଯଦି କେହି କେବେ ଏହି ବୃଦ୍ଧଙ୍କ ବାଟରେ ଭେଟନ୍ତି ତେବେ ପାନିଆ ନିଶ୍ଚିିତ କିଣିବେ ।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories