ଅନୁଗୁଳରେ କଙ୍ଗାରୁ କୋର୍ଟ ; ପରିବାର ଗ୍ରାମରୁ ବାସନ୍ଦ

0

ଅନୁଗୁଳ : ଅନୁଗୁଳ ଜିଲା ଜରପଡା ଥାନା ଅର୍ନ୍ତଗତ ତୁକୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ବିଶ୍ୱନାଥ ସାହୁଙ୍କ ପୁଅ ଶ୍ୟାମଘନ  ପାଞ୍ଚ ମାସ ତଳେ ଠାକୁରଗଡ ଗ୍ରାମର ଜଣେ ଝିଅଙ୍କୁ ବିବାହ କରିଥିଲେ। ଗ୍ରାମ୍ୟକମିଟିକୁ ନଜଣାଇ ସେ ଏହି ବିବାହ କରିଥିବାରୁ ଗ୍ରାମ୍ୟକମିଟି ବିଶ୍ୱନାଥଙ୍କ ପରିବାର ଉପରେ ୨୫୦୦୦ ଟଙ୍କା ଜୋରିମାନା କରିଥିଲେ।

ତେବେ ଏତେ ଟଙ୍କା ଦେଇନପାରି ୫୦୦ ଟଙ୍କା ଦେଇପାରିବୁ ବୋଲି ବିଶ୍ୱନାଥଙ୍କ ପରିବାର କହିଥିଲେ। କିନ୍ତୁ ଏହାକୁ ଗ୍ରାମ୍ୟକମିଟି ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ସାହୁ ଗ୍ରହଣ ନକରି ସେମାନଙ୍କୁ ଗ୍ରାମରୁ ବାସନ୍ଦ କରିଥିଲେ। ଏଥିସହ ଶ୍ୟାମଘନଙ୍କ ଚାହା ଦୋକାନକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଗ୍ରାମର ଡାକୁଆ ଢୋଲ ବଜାଇ ବିଶ୍ୱନାଥଙ୍କ ପରିବାର ସହ କୌଣସି ସମ୍ପର୍କ ନ ରଖିବା ପାଇଁ କହିଛି। ଏପଟେ ବିଶ୍ୱନାଥଙ୍କ ପରିବାର ପୁଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

Leave A Reply