www.samajalive.in
Friday, December 12, 2025
16.1 C
Bhubaneswar

‘ଫେବିଫ୍ଲୁ’ ଏବଂ ‘କୋଭିଫୋର’ ପରେ କରୋନା ଚିକିତ୍ସାରେ ବ୍ୟବହାର ହେବ ସିପ୍ଲାର ‘ସିପ୍ରେମି’

-ସିପ୍ଲା ସରକାର ଏବଂ ଖୋଲା ବଜାର ମାଧ୍ୟମରେ ଏହି ଔଷଧ ଯୋଗାଇବ
-ଆମେରିକାର ଡ୍ରଗ୍ ରେଗୁଲେଟର ଏବଂ ଇଣ୍ଡିଆନ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଙ୍କ ଠାରୁ ମିଳିଛି ଅନୁମତି
– ଗ୍ଲେନମାର୍କର ‘ଫାବିଫ୍ଲୁ’ ଏବଂ ହେଟେରୋଙ୍କ ‘କୋଭିଫୋର’ ଔଷଧକୁ ମଧ୍ୟ ଅନୁମୋଦନ

ନୂଆଦିଲ୍ଲୀ : ଗ୍ଲେନମାର୍କର ‘ଫାବିଫ୍ଲୁ’ ଫାବିଫ୍ଲୁ ଏବଂ ହେଟେରୋର ‘କୋଭିଫୋର’ ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସିପ୍ଲାର ଏକ ନୂତନ ଆଣ୍ଟିଭାଇରାଲ୍ ଔଷଧକୁ ମଧ୍ୟ ସାମିଲ କରାଯାଇଛି। ଭାରତର ଅଗ୍ରଣୀ ଫାର୍ମା କମ୍ପାନୀ ସିପ୍ଲା ଲିମିଟେଡ୍ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଆଣ୍ଟିଭାଇରାଲ୍ ଔଷଧ ରେମାଡେସିଭିରର ଏକ ଜେନେରିକ୍ ସଂସ୍କରଣର ଉତ୍ପାଦନ ଆରମ୍ଭ କରିବା ନେଇ ଘୋଷଣା କରିଛି। କମ୍ପାନୀ ଏହି ନୂତନ ଔଷଧକୁ ସିପ୍ରେମି ବ୍ରାଣ୍ଡ ନାମରେ ବଜାରରେ ପ୍ରବେଶ କରାଇବ।
କୋଭିଡ-୧୯ ରୋଗୀଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ସିପ୍ଲାର ଏହି ଔଷଧକୁ ଆମେରିକାର ଔଷଧ ନିୟାମକ(USFDA) ଦ୍ୱାରା ଅନୁମୋଦନ କରାଯାଇଛି । କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ରେମାଡେସିଭିରର ଜରୁରୀକାଳୀନ ବ୍ୟବହାର ନିମନ୍ତେ(USFDA) ଗିଲିୟଡ ସାଇନ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପ୍ରଦାନ କରିଛି। ସିପ୍ଲା କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ଔଷଧର ବ୍ୟବହାର ପାଇଁ ଏହା କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (USFDA)ଠାରୁ ଅନୁମତି ପାଇଛି।
ମେ’ ମାସରେ ଗିଲିୟଡ୍ ସାଇନ୍ସେସ୍ ରିମେଡେସିଭର୍ ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ସିପ୍ଲା ସହିତ ଏକ ଅଣ-ସ୍ୱତନ୍ତ୍ର ଲାଇସେନ୍ସ ଚୁକ୍ତି ସ୍ୱାକ୍ଷର କଲା । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ବିପଦ ପରିଚାଳନା ଯୋଜନା ଅନୁଯାୟୀ ସିପ୍ଲା ଓଷଧର ବ୍ୟବହାର ନେଇ ତାଲିମ ଦେବ ଏବଂ ରୋଗୀର ସମ୍ମତି ଦଲିଲ ଯାଞ୍ଚ କରିବ। ମାର୍କେଟିଂ ପରେ ସମ୍ପୂର୍ଣ୍ଣ ଅନୁଧ୍ୟାନ ସହିତ ଏହା ଭାରତୀୟ ରୋଗୀଙ୍କ ଉପରେ ଚତୁର୍ଥ ପର୍ଯ୍ୟାୟ ଡାକ୍ତରୀ ପରୀକ୍ଷା ମଧ୍ୟ କରିବ। ସୂଚନା ଯୋଗ୍ୟ ଯେ, ରେମାଡେସିଭିର ହେଉଛି ଏକମାତ୍ର ଓଷଧ, ଯାହା କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ବ୍ୟବହାର ନିମନ୍ତେ USFDA ଅନୁମୋଦନ କରିଛି।
ସିପ୍ଲା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ଗ୍ଲୋବାଲ ସିଇଓ ଉମାଙ୍ଗ ଭୋରା କହିଛନ୍ତି ଯେ, ଭାରତରେ ରୋଗୀଙ୍କ ଚିକିତ୍ସା ପାଇଁ ଗିଲିୟଡ ସହିତ ଦୃଢ ସହଭାଗିତାକୁ ସିପ୍ଲା ପ୍ରଶଂସା କରିଛି। କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ସମସ୍ତ ସମ୍ଭାବ୍ୟ ଗବେଷଣାରେ ବହୁତ କିଛି ବିନିଯୋଗ କରିଛୁ ଏବଂ ଏହି ଉପଲବ୍ଧି ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଔଷଧ ସରକାର ଏବଂ ଖୋଲା ବଜାର ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି କମ୍ପାନୀ କହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories