www.samajalive.in
Saturday, December 13, 2025
26.1 C
Bhubaneswar

ପବିତ୍ର ରଥ ଯାତ୍ରା ଅବସରରେ ଜନସାଧାରଣଙ୍କୁ ଉପ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ଅବସରରେ ଉପ ରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏହି ଅବସରରେ ଏକ ବାର୍ତ୍ତାରେ ଉପ ରାଷ୍ଟ୍ରପତି କହିଛନ୍ତି ଯେ, ‘ପବିତ୍ର ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭ କାମନା ।

- Advertisement -

ପୁରୀର ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ଲୋକମାନେ ବେଶ୍‌ ଭକ୍ତିର ସହ ମାନିଥାନ୍ତି ଏବଂ ଓଡ଼ିଶାର ଏହି ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଥାନ୍ତି । ରଥଯାତ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ବତ୍ସରିକ ଯାତ୍ରା ଯିଏ କି ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଲୋକମାନେ ବିଶ୍ୱାସ କରନ୍ତି ।

ଏହି ରଥ ଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଅପରୂପ ଶୋଭା ବାସ୍ତବିକ ଅତୁଳନୀୟ ।

ଯେତେବେଳେ ଭାରତ ତଥା ସମଗ୍ର ବିଶ୍ୱ କୋଭିଡ଼ ମହାମାରୀ ସଂକ୍ରମଣ ସହ ନିରନ୍ତର ଲଢ଼େଇ କରିଚାଲିଛି, ଆମେମାନେ ନିଜ ଘରେ ରହି ସମସ୍ତ ପାରମ୍ପରିକ ଉତ୍ସବାନୁଷ୍ଠାନ ପାଳନ କରୁଛୁ । ଏଭଳି ପରିସ୍ଥିତିରେ, ଆମେ ନିଜକୁ ସଂଜତ ରଖି ନିରାଡ଼ମ୍ବର ଭାବେ ଚଳିତ ବର୍ଷ ଏହାକୁ ପାଳନ କରିବା ଉଚିତ ।

ରଥ ଯାତ୍ରା ସହ ଜଡ଼ିତ ସକଳ ପ୍ରକାର ପବିତ୍ର ତଥା ଆଦର୍ଶ ଭାବନା ଆମକୁ ଉଦବୁଦ୍ଧ କରୁ ଏବଂ ଆମମାନଙ୍କ ଜୀବନରେ ଶାନ୍ତି ଓ ସଦ୍ଭାବନା ଭରିଦେଉ ବୋଲି ଉପ ରାଷ୍ଟ୍ରପତି କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories