www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟତିକ୍ରମ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟତିକ୍ରମ ଦେଖାଦେଇଛି। ପଞ୍ଚାୟତ ଅଧିକାରୀଙ୍କ ଭୂଲ ନିଷ୍ପତ୍ତି ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଳିକାରେ ଥାଇ ମଧ୍ୟ ବାଦ ପଡି ଅନ୍ୟ ଜଣେ ଆବାସ ଘର ପାଇଥିବା ଭଳି ଗୁରୁତର ଅଭିଯୋଗ ଆସିଅଛି।

ସୂଚନା ଅନୁସାରେ, ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଳିକାରେ ଲାଞ୍ଜି ଗ୍ରାମର ସ୍ୱର୍ଗତ ରାମକରଣ ମାଝୀଙ୍କ ବିଧବା ସ୍ତ୍ରୀ ଧନମତୀ ମାଝୀଙ୍କ ନାମ ଘର ତାଳିକା ୭୨ ନଂରେ ରହିଥିଲା ଏବଂ ତାଙ୍କର ନାମରେ ନୂତନ ଘର ଆସିଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଘର ଧନମତୀ ମାଝୀଙ୍କୁ ନଦେଇ ଗ୍ରାମର ପୂର୍ବତନ ସରପଞ୍ଚ ଭ୍ରମରବର ମାଝୀଙ୍କ ସ୍ତ୍ରୀ ଧନମତୀ ମାଝୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଏପରି ବ୍ୟତିକ୍ରମକୁ ଧନମତୀ ମାଝୀ ଜାଣିପାରି ପଞ୍ଚାୟତର ନାଏବ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୱାର୍ଡ ସଭ୍ୟମାନଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି। ହେଲେ କୌଣସି ସୁଫଳ ନମିଳିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଧନମତୀ ମାଝୀ ଖଡିଆଳ ବିଡିଓଙ୍କୁ ଲିଖିତ ଅଭିଯୋଗ କରି ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘର ପାଇଥିବା ପୂର୍ବତନ ସରପଞ୍ଚ ଭ୍ରମରବର ମାଝୀଙ୍କ ସ୍ତ୍ରୀ ଧନମତୀ ମାଝୀ ପୁରୁଣା ଘରକୁ ମରାମତି କରି ଅର୍ଥ ଆତ୍ମସାତ କରିଥିବାର ମଧ୍ୟ ଅଭିଯୋଗ ଆସିଛି। ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ବାଦି ହେଉଛି। ଏନେଇ ଲାଞ୍ଜି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନମିତା ସାହୁଙ୍କୁ ଯୋଗାଯୋଗ କରାଯିବାରୁ ୨ ଜଣଙ୍କ ନାମ ସମାନ ଥିବାରୁ ଏପରି ସମସ୍ୟା ଦେଖାଦେଇଛି, ଘର ପାଇଥିବା ମହିଳାଙ୍କଠାରୁ ଟଙ୍କା ଭରଣ କରାଯିବାରୁ ଜିଆରଏସଙ୍କୁ କହିଥିବା ପ୍ରକାଶ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories